Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣ୍ତିଖୋଲା ପୁର୍ବରୁ ଧାନ ବିକ୍ରି ନିତି ନିର୍ଦ୍ଧାରଣ ଚାଷୀଙ୍କ ସମ୍ମୁଖରେ ରଖିବା ପାଇଁ ଦାବି

ବରପାଲି: ବରପାଲି କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ତହସିଲଦାରଙ୍କୁ ଧାନମଣ୍ଡି ଖୋଲିବା ପୁର୍ବରୁ ଧାନବିକ୍ରି ସମ୍ପର୍କିତ ନୀତି ନିୟମ ଉପରେ ଅବଗତ ପାଇଁ ଦାବି ଉଠାଇଛି। ପୁର୍ବରୁ ପ୍ରତିବର୍ଷ ମଣ୍ତିରେ ଧାନ ବିକ୍ରି ପାଇଁ ଆସିଥିବା ଚାଷୀ ଅଜଥାରେ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଚଳିତ ବର୍ଷ ଖରିଫ ଧାନମଣ୍ଡି ଖୋଲିବା ପୂର୍ବରୁ ପ୍ରଶାସନ ପକ୍ଷରୁ ମଣ୍ଡି ନିତି ନିର୍ଦ୍ଧାରଣ ସମ୍ପର୍କିତ ନିୟମାବଳୀକୁ ଚାଷୀଙ୍କ ସମ୍ମୁଖରେ ସଠିକ ରୂପରେ ଉପସ୍ଥାପିତ ହେଉ। ଏହି ବିଷୟବସ୍ତୁକୁ ନେଇ ଚାଷୀ ମାନେ ସ୍ବାକ୍ଷର ସମ୍ମିଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଦାବୀ ମଧ୍ୟରେ ହେମାଲ ବ୍ୟବସ୍ଥା, ବସ୍ତା,ସୁତୁଲି , ପରିବହନ, ମାନ ନିର୍ଦ୍ଧାରଣ,କଟନି ଛଟନି ପ୍ରଭୁତି ବ୍ୟବସ୍ଥା ଉପରେ ସରକାରୀ ନିୟମର ସ୍ବଚ୍ଛତା ଅଣାଯିବା ସହ ଚାଷୀ ମାନଙ୍କୁ ସ୍ବଷ୍ଟ ଭାବରେ ଅବଗତ କରାଯାଉ ବୋଲି ଦାବି ଉଠାଇଥିଲେ । ସେହିପରି ମଣ୍ଡିରେ ଉପୁଜୁଥିବା ବିଭିନ୍ନ ସମସ୍ୟ‌ା ସମ୍ପର୍କିତ ତଥ୍ୟକୁ ନେଇ ତହସିଲଦାରଙ୍କ ସମ୍ମୁଖରେ ଆଲୋଚନା ମାଧ୍ୟମରେ ଜଣାଇବା ସହ ସଂସ୍କାର ଆଣିବା ପାଇଁ କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ