ବିଦ୍ୟାଳୟ ରେ କଳା କନା ବୁଲାଇଲେ ଲୁଟେରା ।


ଅସ୍ତରଙ୍ଗ୧୮/୧: ଅସ୍ତରଙ୍ଗ ବ୍ଲକ ନଈଗୁଆ ପଞ୍ଚାୟତ ର ଓସ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ କିଛି ଲୁଟେରା ଗତକାଲି କଳାକନା ବୁଲାଇଛନ୍ତି। ଲକ୍ଷାଧିକ ଟଙ୍କା ର ଶିକ୍ଷା ଉପକରଣ ସହିତ ଛାତ୍ରଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବି ଚୋରୀ କରି ନେଇଥିବା ଜଣା ପଡ଼ିଛି । ସୂଚନା ମୁତାବକ ଶନିବାର ସକାଳ ସମୟ ରେ ବିଦ୍ୟାଳୟ କର୍ମଚାରୀ ବିଦ୍ୟାଳୟ ମୁଖ୍ୟ ଗେଟ ତାଲା ଖୋଲି ଭିତରେ ପ୍ରବେଶ କଲାବେଳେ ବିଦ୍ୟାଳୟ ଭିତରେ ସମସ୍ତ କାର୍ଯ୍ୟାଳୟ ର ତାଲା ଭଙ୍ଗା ହୋଇଥିବାର ଦେଖିବା ସହ ବିଦ୍ୟାଳୟ ଶିକ୍ଷକ ମାନେ ଗ୍ରାମ ବାସୀଙ୍କୁ ଏ ବାବଦରେ ଅବଗତ କରାଇଥିଲେ । ସମସ୍ତେ ଆସି ଦେଖିଥିଲେ ଯେ ବିଦ୍ୟାଳୟ କାର୍ଯ୍ୟାଳୟ ଭିତରେ ଇନଭର୍ଟର, ଜେରକ୍ସ ମେସିନ, ପାଣି ମଟର, ପିଲା ମାନଙ୍କ କ୍ରୀଡା ସାମଗ୍ରୀ ଓ ଉପର ମହଲା ରେ ସ୍ମାର୍ଟ କ୍ଲାସ ରୁମ ରୁ ବଡ଼ ଟିଭି ସହିତ ଆଉ ଏକ ଟିଭି ଚୋରୀ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ସ୍ଥାନୀୟ ଲୋକ ଅନୁମାନ କରିଛନ୍ତି । ଏହି ବାବଦରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଧରଣୀଧର ବେହେରା କାକଟପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ କାକଟପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଓସ୍ତପୁର ଅଞ୍ଚଳ ରେ ଖୁଲମଖୁଲା ଧଳାଜହର, ଗଞ୍ଜେଇ ଓ ଚୋରା ମଦ ବ୍ୟବସାୟ ଏତେ ପରିମାଣ ରେ ବୃଦ୍ଧି ହୋଇଛି ଯେ,ଲୁଟେରା ମାନେ ନିଶା ଖାଇବାକୁ ବିଭିନ୍ନ ସ୍ଥାନରେ ଏହିଭଳି ଘଟଣା ଘଟାଉଛନ୍ତି । ଅସ୍ତରଙ୍ଗ ହୀରାଦେଈପୁର ରେ ଜଣେ ଅବସରପ୍ରାପ୍ତ ସେନା କର୍ମୀ ଙ୍କ ଘରୁ ଚୋରୀ, ପରେ ନିକଟରେ ଏକ ଶିବ ମନ୍ଦିର ଆଉ ବର୍ତ୍ତମାନ ବିଦ୍ୟାଳୟ, ପ୍ରକୃତ ରେ ଏହି ଚୋରୀ ପଛରେ ରହସ୍ୟ କଣ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଠି କରିଛି । ଆଗରୁ ହୋଇଥିବା ଚୋରୀ ସ୍ଥାନରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଂଚିଥିଲେ ବି ଏ ଯାଏ ପୂର୍ଵ ଚୋରୀ ର ସନ୍ଧାନ ପୋଲିସ ହାତରେ ଲାଗିନାହିଁ । ତେବେ ବର୍ତ୍ତମାନ ବିଦ୍ୟାଳୟ ଚୋରୀ ତଦନ୍ତ କେଉଁ ଦିଗରେ ଯିବ ତାହା ହିଁ ଅପେକ୍ଷା l