Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଜା ଗ୍ରାମ ପଞ୍ଚାୟତ ରେ  ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ବ୍ଲକ ର ବୁର୍ଜା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଜଲି ମିଣିଆକା ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ  ଗୁରେଶ୍ୱର ଭୋଇ ଏଥିରେ ଯୋଗ ଦେଇ ବୁର୍ଜା ପଞ୍ଚାୟତ ରେ ଲାଗି ରହିଥିବା ଆବାସ ଯୋଜନା,ପଞ୍ଚାୟତ ଷ୍ଟଲ ଓ ପାନୀୟ ଜଳ, ରାସ୍ତା ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମାତ୍ର ସାତ ଟି ଅଭିଯୋଗ ହୋଇଥିବା ବେଳେ ତୁରନ୍ତ ସମାଧାନ କରାଯିବ ବୋଲି ବିଡ଼ିଓ ଶ୍ରୀଯୁକ୍ତ ଭୋଇ ପ୍ରକାଶ କରିଥିଲେ।ଏହି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମରେ ରେଞ୍ଜର କୁମାର ଖରା ଯୋଗ ଦେଇ ଜଙ୍ଗଲ ବଞ୍ଚିଲେ ଆମେ ବଂଚିବା ତେଣୁ ନିଆଁ ଦାଉରୁ କିପରି ଆମେ ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରିବା ସେ ବିଷୟରେ ସଚେତନ ବାର୍ତା ଦେବା ସହ ଯେଉଁ ଗ୍ରାମ ପାଖ ଜଙ୍ଗଲରେ ଚଳିତ ବର୍ଷ ନିଆଁ ଲାଗିବନି ସେଇ ଗ୍ରାମକୁ ବନବିଭାଗ ତରଫରୁ ପୁରସ୍କୃତ କରାଯିବ ବୋଲି କହିଥିଲେ।ସେହି ପରି ଆବାସ ଯୋଜନାରେ ଘର ଖଣ୍ଡେ କିପରି ଜଣେ ହିତାଧିକାରୀ ପାଇପାରିବ ସେ ବିଷୟରେ ବିପିସି ଜନାର୍ଦ୍ଧନ ଚୌଧୁରୀ ଉପସ୍ଥିତ ପଞ୍ଚାୟତ ବାସୀଙ୍କୁ ବୁଝାଇଥିଲେ। ଯୋଗାଣ ଅଧିକାରୀ ଆଦିତ୍ୟ ପ୍ରସାଦ ନାୟକ ଉପସ୍ଥିତ ଲୋକଙ୍କୁ ପିଡ଼ିଏସ ଚାଉଳ ଯେଉଁ ହିତାଧିକାରୀ ମାନେ ପାଉଛନ୍ତି ସେମାନେ ତୁରନ୍ତ ଚଳିତ ମାସ ତିରିଶି ତାରିଖ ସୁଧା କେୱାଇସି କରିନିଅନ୍ତୁ ନଚେତ ଚାଉଳ ପାଇବାରୁ ବଞ୍ଚିତ ହେବେ ବୋଲି କହି ଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିପିଓ ସୁଧୀର ବେହେରା,ଓଡିଶା ଜୀବିକା ମିଶନ କୋଡିନେଟର ଟୁନା ଖଟେଇ,ବି.ଆ.ର.ସୀ ଦାମଦର କନ୍ଦପାନ, ଉଠା ଜଳ ସେଚନ ବିଭାଗ ,ମୂର୍ତ୍ତିକା ସଂରକ୍ଷଣ ଓ ଶିଶୁ କଲ୍ୟାଣ ବିଭାଗ ସୁପରଭାଇଜର ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଶେଷରେ ବୁର୍ଜା ଗ୍ରାମର ତୋଟା ସାହି ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଥିବା କିଛି ମହିଳା ମାନେ ଅଭିଯୋଗ କରିବା ସହ ପାଇପ ରେ ଗୋଳିଆ ପାଣି ବାହାରୁଥିବା ଦେଖାଇଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରି ସଞ୍ଜୀବ ବିଡିକା ପରିଚାଳନା କରିଥିଲେ।