Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ।

ଲକ୍ଷ୍ମୀପୁର ୨୨/୦୧  .
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 
ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ଏନ.ଭି ଲକ୍ଷ୍ମୀ ଙ୍କ
ସଭାପତିତ୍ବ ରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପବିତ୍ର ସାଉଁତା, ସମ୍ମାନିତ ଅତିଥି ଭାବେ ଏବିଇଓ ବିଭୁତି ଭୂଷଣ ଟାକ୍ରୀ,ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଆରତୀ କୁଲଦୀପ,ସରପଞ୍ଚ ଜୋଲି ମିଣିଆକା  ଯୁବ କଂଗ୍ରେସ ସଭାପତି ମଣ୍ଟି ଖରା,କୈଳାଶ ଖସଲା,ବିଦ୍ୟାଳୟ ପରିଚାଳନା ସଭାପତି ନବୀନ ମିଣିଆକା , ବସନ୍ତ ମିନିଆକା ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଡିଆଇ ଗୋବିନ୍ଦ ଚନ୍ଦ୍ର ସେଠି ଓ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ମମତା ସ୍ୱାଇଁ ଯୋଗ ଦେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟ କାମନା କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରୁ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୂଜାର୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ପ୍ରଧାନ ଶିକ୍ଷୟତ୍ରୀ ଭି.ଲକ୍ଷ୍ମୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟରେ ଲାଗି ରହିଥିବା  ଅସୁବିଧା ଉପରେ ଆଲୋକପାତ କରିଥିଲେ।ଉଚ୍ଚ ବିଦ୍ୟାଳୟରୁ ଏହା ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହୋଇଥିବାରୁ  ସେ ଖୁସି ବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଗିରିଜା ଚୌଧୁରୀ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କ ମନୋବଳ ସବୁବେଳେ ସୁଦୃଢ ରଖିବା ଦିଗରେ ଆଲୋକପାତ କରିଥିଲେ।ଏହା ପରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡା ରେ କୃତିତ୍ବ ହାସଲ କରି ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାଷୀନ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ଟ୍ରଫି  ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଶେଷ ଭାଗ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବହୁ ସଂଖ୍ୟାରେ ଅଭିଭାବକ,ଅଭିଭାବିକା ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ  ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ଗଣିତ ଶିକ୍ଷକ ଧନୁର୍ଜୟ ହନ୍ତାଳ  ମଞ୍ଚ ପରିଚାଳନା କରିଥିବା ବେଳେ ଚମ୍ପି ପ୍ରଧାନ ଶିକ୍ଷକ ବି.ତ୍ରିପତି ରାଓ ଓ ସାଙ୍ଗାନ୍ନା ହାଇସ୍କୁଲର ଶିକ୍ଷକ ବୃନ୍ଦ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ