Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ ଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ,,ତଳମିଟିଂ ଜଳପ୍ରପାତ ବୁଲିଦେଖିଲେ,ପର୍ଯ୍ୟଟନ ର ବିକାଶ ପାଇଁ ପ୍ରସ୍ତାବ ଆଗତ ସକାଶେ ପରାମର୍ଶ

ଲକ୍ଷ୍ମୀପୁର ୨୨/୦୧ ….କୋରାପୁଟ ଜିଲ୍ଲାପାଳ ଭି. କୀର୍ତି ଭାସନ ବୁଧବାର ଅଚାନକ ଲକ୍ଷ୍ମୀପୁର ବ୍ଳକ ଗସ୍ତ କରିଥିଲେ। ଜିଲ୍ଲାପାଳ ପ୍ରଥମେ ଡାକ୍ତରଖାନା ରେ ପହଂଚି ଡାକ୍ତରଖାନା କର୍ମଚାରୀ ଙ୍କସହ ଆଲୋଚନା କରିବା ସହ ଡାକ୍ତରଖାନା ବୁଲି ଦେଖିଥିଲେ। କର୍ମଚାରୀ ମାନେ କିଛି କିଛି ଅସୁବିଧା ସମ୍ପର୍କରେ ଅବଗତ କରାଇଥିବା ବେଳେ ଅପପୃଷ୍ଟି ଶିଶୁ କେନ୍ଦ୍ର ରେ ଶୌଚାଳୟ ନିର୍ମାଣ କରିବା  ଓ କିଛି ମରାମତି କାମକୁ ଗୁରୁତ୍ୱ ଦେବାକୁ ବ୍ଳକ ପ୍ରଶାସନ କୁ ନିର୍ଦେଶ ଦେଇଥିଲେ। ସେଠାରୁ ବିଡ଼ିଓ ଗୁରେଶ୍ୱର ଭୋଇ, ସହକାରୀ ଯନ୍ତ୍ରୀ ଏମ ପୱନ କୁମାର ଓ ବ୍ଳକ କର୍ମଚାରୀ ଙ୍କ ସହ ଗୌଡ଼ଗୁଡା ଗ୍ରାମପଂଚାୟତ ର ତଳ ମିଟିଂ ଜଳ ପ୍ରପାତ ବୁଲି ବାକୁ ଯାଇ ସେଠାକାର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ତଳ ମିଟିଂ ଗାଁ ରୁ ଜଳ ପ୍ରପାତ ପ୍ରାୟ ୭ ଶହ ମିଟର ହୋଇଥିବା ବେଳେ ଗଡ଼ାଣିଆ ପାହାଡିଆ ରାସ୍ତା ରେ ପାହାଚ ନିର୍ମାଣ ସହ ଯାତ୍ରୀ ବିଶ୍ରାମ ଗାର, ଟିକେଟ କାଉଣ୍ଟର, ଚେଞ୍ଜିଙ୍ଗ ରୁମ, ପ୍ରବେଶ ଦ୍ୱାର ରେ ଫାଟକ,ଶୌଚାଳୟ ଭଳି ଅନୁସଙ୍ଗିକ ବ୍ୟବସ୍ତା କରିବା ସକାଶେ ପ୍ରାୟ ଦେଢ଼ କୋଟି ଟଙ୍କା ର ଡିପିଆର ପ୍ରସ୍ତୁତ କରିବା ସହ ଏସ୍ଟିମେଟ ପ୍ରଦାନ କରିବା ସକାଶେ ବ୍ଳକ ପ୍ରଶାସନ କୁ କହିଥିଲେ।ସେଠାରୁ ଗାଁ ନିକଟରେ କିଛି ଲୋକଙ୍କ ସହ ଆଲୋଚନା କରି କୋରାପୁଟ ଫେରିଥିଲେ। ବର୍ତ୍ତମାନ ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଏହାକି ବର୍ଷେ ମଧ୍ୟ ହୋଇନାହିଁ ପ୍ରାୟ ୪ କୋଟି ଟଙ୍କା ରେ ଡାକ୍ତରଖାନା ମରାମତି କରାଯାଇଛି, ତଥାପି ଡାକ୍ତରଖାନା ରେ ପୁଣି ମରାମତି ପାଇଁ କୁହାଯାଉଛି,ଏହାକୁ କିପରି ଗ୍ରହଣ କରାଯିବ ତାହାକୁ ନେଇଁ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି, ୪ କୋଟି ବ୍ୟୟ ରେ ଆବଶ୍ୟକ ପଡିଲେ ନୁଆଁ ଡାକ୍ତରଖାନା ହୋଇପାରିଥାନ୍ତା କିନ୍ତୁ ମରାମତି ନାଁ ରେ ସମାପ୍ତ ହୋଇଛି ତାହାକୁ ନେଇଁ ଏବେ ଅନେକ ଚର୍ଚ୍ଚା।