Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବର୍ଷ ହେଲା ଅଧପନ୍ତରିଆ ରୂପେ ପଡି ରହିଛି ଅଙ୍ଗନବାଡି କେନ୍ଦ୍ର,

ଲକ୍ଷ୍ମୀପୁର ୨୩/୦୧…
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଥିବା ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର ଠିକ ଭାବେ ଚାଲୁ ନଥିବା ଦେଖିବାକୁ ମିଳିଛି।ଏପରିକି କିଛି କେନ୍ଦ୍ର ଗୁଡିକରେ ନାହିଁ ନଥିବା ସମସ୍ୟା ଲାଗି ରହିଥିଲେ ମଧ୍ୟ ବିଭାଗ ତରଫରୁ ଜମାରୁ ଦୃଷ୍ଟି ଦିଆ ଯାଉନଥିବା ଦେଖିବାକୁ ମିଳିଛି।ଯାହାର ଏକ ଉଦାହରଣ କୁଟିଙ୍ଗା ପଞ୍ଚାୟତ ର ଦୁର୍ଗମ ଅଞ୍ଚଳ ସାପମ୍ବା ଗ୍ରାମ ଠାରେ ଦେଖିବାକୁ ମିଳିଛି। ଉକ୍ତ ଗ୍ରାମରେ ଚାରି ବର୍ଷ ହେଲାଣି ଜଣେ ପାଚିକାଙ୍କ ଘରେ କେନ୍ଦ୍ର ଚାଲିଛି। ଦୁଇବର୍ଷ ତଳେ ସାପମ୍ବା ଗ୍ରାମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଅଙ୍ଗନବାଡି କେନ୍ଦ୍ର ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।ବର୍ତ୍ତମାନ ଦୁଇବର୍ଷ ବିତି ତିନି ବର୍ଷ ଚାଲିବାକୁ ବସିଲାଣି ହେଲେ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ ହେବାର ନାଁ ଧରୁନି।ବିଭାଗୀୟ ଅଧିକାରୀଙ୍କ ଅବହେଳା କୁ ସବୁ ମହଲରେ ଦାୟୀ କରାଯାଇଛି।ବର୍ତମାନ ଉକ୍ତ କେନ୍ଦ୍ର ଅଧୀନରେ ୧୫ ଜଣ ପିଲାଙ୍କୁ ନେଇ ପ୍ରିସ୍କୁଲ ଚାଲିଥିଲେ ମଧ୍ୟ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ପାଚିକାଙ୍କ ଘରେ ସେମାନଙ୍କୁ ଶିକ୍ଷାଦାନ କରାଯାଉ ଥିବା ଦେଖିବାକୁ ମିଳିଛି।କଣ ପାଇଁ ନୂତନ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଅଧାରେ ଅଟକି ଗଲା ତାହା କହିବାକୁ କାହାରି ପାଖରେ ଜବାବ ନାହିଁ।ଯାହା ପାଇଁ ଆଜି ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିବାକୁ ବସିଛି।ତେଣୁ ତୁରନ୍ତ ବ୍ଲକ ପ୍ରଶାସନ ଉକ୍ତ କାର୍ଯ୍ୟ ଉପରେ ଦୃଷ୍ଟି ଦେଇ ଯିଏ ଅବହେଳା କରିଛି ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରାଯାଇ ଗୃହ ତୁରନ୍ତ ନିର୍ମାଣ କରିବାକୁ ଦାବୀ କରାଯାଇଛି।