Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିବେଶ ମଞ୍ଜୁରୀ ପାଇଁ ତୃତୀୟ ପ୍ରଜାୟ ଜନ ଶୁଣାଣି ।

ଅସ୍ତରଙ୍ଗ,, ଅସ୍ତରଙ୍ଗ ଉପକୂଳ ରେ ହାଇଦ୍ରାବାଦ ର ନବଯୁଗ କମ୍ପାନୀ ଦ୍ବାରା ପ୍ରତିଷ୍ଠା ହେବାକୁ ଥିବା ବାଣୀଜ୍ୟ ଭିତ୍ତିକ ବନ୍ଦରର ଜନ ଶୁଣାଣୀ ଗୁରୁବାର ଦିନ ପାଟଳଦା ଗ୍ରାମପଞ୍ଚାୟତ ଅଧିନ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ପରିସର ରେ ଅନୁଷ୍ଠିତ ହୋଇ ଜାଇ ଅଛି । ଜନ ଶୁଣାଣିକୁ ବିରୋଧ କରି ଛୁରିଆନା ଗ୍ରାମ ପଞ୍ଚାୟତ ଭିଟାମାଟି ସୁରକ୍ଷା ସମିତି ର ହଜାର ହଜାର ପୁରୁଷ, ମହିଳା,ସ୍କୁଲ ପିଲା,ଆଦି ବନ୍ଦର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ, ଜନ ଶୁଣାଣି ଶିବିର ନିକଟରେ ପହଂଚି ଥିଲେ । ସେହି ସ୍ଥାନରେ ପହଞ୍ଚି ଲିଖିତ ଆକାର ରେ ଜନ ଶୁଣାଣି ମଂଞ୍ଚ କୁ ଦେବା ପରେ ମଧ୍ୟ ବହୁ ଲୋକଙ୍କୁ,ତାଙ୍କର ମତ ଶାବ୍ୟସ୍ତ କରିବା ର ସୁଯୋଗ ଦିଆ ଯାଇ ଥିଲା। ସମସ୍ତ ପଞ୍ଚାୟତ ବାସି ଆସିଥିବା ଅଫିସର ଙ୍କ ସାମନାରେ ଅସ୍ତରଙ୍ଗ ଉପକୁଳରେ ବନ୍ଦର କୁ ଦୃଢ଼ ବିରୋଧ କରିବା ସହ, ମରିବୁ ପଛେ,ବନ୍ଦର ପ୍ରକ୍ଲପ ପାଇଁ ଇଞ୍ଚେ ମାଟି ବା ଭିଟା ମାଟି ଛାଡ଼ିବୁ ନାହିଁ,ଦୃଢ଼ ସ୍ଵରରେ ପ୍ରକାଶ କରିଥିଲେ,ଯାହା ଫଳରେ କି ହଜାର ହଜାର ଲୋକଙ୍କ ବନ୍ଦର ବିରୋଧୀ କୋଳା ହଳରେ ହାଇ ସ୍କୁଲ ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ପ୍ରାରମ୍ଭରେ,ପୁରୀ ଜିଲ୍ଲା ଏ ଡି ଏମ, ଶରତ ଚନ୍ଦ୍ର ମହାପାତ୍ର,ପଲୁସନ୍ କଣ୍ଟ୍ରୋଲ ବୋର୍ଡ ର ରିଯୋନାଲ ଅଫିସର୍ ଶୋଭନ ଗିରି, ପ୍ରସ୍ଥା ବିତ ବନ୍ଦର ର ଜଣ ଶୁଣାଣି ଉପରେ କିଛ ମାତ୍ରାରେ ଟିପଣୀ ରଖିବା ସହ,ମାନ୍ୟବର ହାକୋର୍ଟଙ୍କ ଙ୍କ ନିର୍ଦ୍ଦେଶରେ ଆଜିର ଜନ ଶୁଣାଣି ଏହି ସ୍ଥାନରେ ହେଉଛି ଓ ଏହା ପ୍ରସ୍ତାବିତ ବନ୍ଦର ପାଇଁ ତୃତୀୟ ଜନ ଶୁଣାଣି ବୋଲି ପ୍ରକାଶ କରିଥିଲେ । ବିସ୍ତାବିତ ହେବାକୁ ଥିବା ଗ୍ରାମ ଗୁଡ଼ିକ ର ଲୋକମାନେ ଯେଉଁ ମତ ପୋଷଣ କରି ଛନ୍ତି ସେମାନଙ୍କର ଭଏସ ରେକର୍ଡିଙ୍ଗି ଓ ଲିଖିତ ନାମା ରାଜ୍ୟ ସରକାର ଙ୍କ ନିକଟରେ ଉପସ୍ଥାପନ କରାଜାଇ ଯାହା ନିଷ୍ପତି ନିଆଯିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯକ୍ରମ୍ ରେ ପୁରିଜିଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, କଂଗ୍ରେସ ଦଳର ନେତା,ତଥା ପ୍ରଦେଶ କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅମିୟକୁମାର ପଟ୍ଟନାୟକ, ଯୁବ ନେତା, ବିଶ୍ବଭୂଷଣ ଦାସ, ଦିବାକର ଛାଟୋଇ,,ସୁବ୍ରତ ଛାଟୋଇ, ସରପଞ୍ଚ କ୍ଷୀରୋଦ କାଣ୍ଡି,ଓ ଯଶୋବନ୍ତ ବେହେରା,ସମିତି ସଭ୍ୟ,ବିମ୍ବାଧର ବିଶ୍ଵାଳ, ବିରୋଧୀ ମଞ୍ଚ ସଭାପତି ପ୍ରଫୁଲ୍ଲ ବିଶ୍ଵାଳ,ପରିବେଶ ବିତ୍, ସୋଭାକର ବେହେରା, ସୋମ୍ୟରଞ୍ଜନ ବିଶ୍ଵାଳ,ପୂର୍ବତନ ସରପଂଚ,ପ୍ରଫୁଲ୍ଲ ବେହେରା ପ୍ରମୁଖ ଭାଷଣ ଦେଇ ପ୍ରସ୍ତାବିତ ବନ୍ଦର ପ୍ରକ୍ଳପ କୁ କଡା ବିରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସରକାର ଙ୍କ ତରଫରୁ
ଜିଲ୍ଲା ର ଡେପୁଟି କଲେକ୍ଟର ପ୍ରଶାନ୍ତ ଜେନା,ଅତିରିକ୍ତ ଏ ପି, ବିଷ୍ଣୁ,ପ୍ରସାଦ ପତି,ତହସିଲ ଦାର, ପ୍ରିୟଙ୍କା ପ୍ରିୟଦର୍ଶୀନି ପତି, ବି ଡି ଓ, ସୁଭସ୍ମିତା ବେହେରା, ରେଞ୍ଜର ମୋନାଲିସା ମହାପାତ୍ର,ନିମାପଡ଼ା ଏସ ଡି ପି ଓ,ପ୍ରଭାତ କୁମାର ମଲ୍ଲିକ,କାକଟପୁର ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ,ଅସ୍ତରଙ୍ଗ ଥାନା ଅଧିକାରୀ, ରାଜେଶ କୁମାର ବଳିଆରସିଂ, ଅସ୍ତରଙ୍ଗ ମେରାଇନ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା,ଙ୍କ ସମେତ କୋବ୍ରା ବାହିନୀ ୮ ପ୍ଳଟନୁ ଫୋର୍ସ ମୁତୟନ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ