Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟିଆ ଜଙ୍ଗଲରୁ ବାହାରୁଥିବା ଜଙ୍ଗଲଦ୍ରବ୍ୟ ପାଇଁ ଦର ନିର୍ଧାରିତ କଲା ମାର୍କେଟ ସୋସାଇଟି ।

ପଟ୍ଟାଙ୍ଗି୨୪/୦୧କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତ କୁ ଅନେକ ଦିନ ବ୍ୟବଧାନ ପରେ ପୁଣି ପଡୋଶୀ ଆନ୍ଧ୍ର ଅନୁ ପ୍ରବେଶ କରି ଲୋକଙ୍କୁ ଏକାଠି କରି ସଚେତନ କରାଉଥିବା ଦେଖିବା କୁ ମିଳିଛି । ସୂଚନା ମୁତାବକ ଉକ୍ତ ପଞ୍ଚାୟତ ରେ ରହିଥିବା ପାହାଡ଼ ଜଙ୍ଗଲରୁ ବାହାରୁଥିବା ବିଭିନ୍ନ କିଷମ ଜଙ୍ଗଲଦ୍ରବ୍ୟ କୁ କିପରି ସଂଗ୍ରହ କରି ମାର୍କେଟ ସୋସାଇଟି ପକ୍ଷରୁ ହୋଇଥିବା ନିର୍ଧାରିତ ଦର ରେ ବିକ୍ରି କରି ରୋଗର କରିବେ ଉକ୍ତ ପଞ୍ଚାୟତ ବାସି ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ରାଜ୍ୟର କୋପରେଟିଭ ମାର୍କେଟ ସୋସାଇଟି ପକ୍ଷରୁ ଗଞ୍ଜେଇ ପଦର , ଧୁଳିପଦର ଏବଂ କୋଟିଆ ପ୍ରମୁଖ ଗ୍ରାମରେ ବୈଠକ ଆୟୋଜନ କରି ସଚେତନ କରିଥିବା ଦେଖିବା କୁ ମିଳିଛି । ଯାହାକି ଉକ୍ତ ପଞ୍ଚାୟତ ର ପାହାଡ଼ ଜଙ୍ଗଲ ରୁ ବାହାରୁଥିବା ତେନ୍ତୁଳି , ଝାଡୁ , କରଞ୍ଜ , ଆଦି ଜଙ୍ଗଲ ଜାତ ଦ୍ରବ୍ୟ କୁ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ସଂଗ୍ରହ କରି ବଜାରରେ ବିକ୍ରି କରି ନିଜର ରୋଜଗାର କରିଥାନ୍ତି । ଏହି ଜଙ୍ଗଲ ଜାତ ଦ୍ରବ୍ଯ କୁ ଅନେକ ସମୟରେ ଦଲାଲ୍ ମାନେ ଗ୍ରାମରେ ପହଞ୍ଚି ଲୋକଙ୍କୁ ଉଚିତ ମୂଲ୍ୟ ନଦେଇ କମ୍ ଦରରେ କିଣି ନିଜେ ମାଲାମାଲ ହେଉଥିବା ପରି ସମସ୍ୟା କୁ ଦୃଷ୍ଟିରେ ରଖି ଆନ୍ଧ୍ର ରାଜ୍ୟର ଉକ୍ତ ସୋସାଇଟି ନିଜ ପକ୍ଷରୁ ମୂଲ୍ୟ ନିର୍ଧାରିତ କରି ବିକ୍ରି କରିବା କୁ ଉପରୋକ୍ତ ଗ୍ରାମବାସୀ ଙ୍କୁ ନେଇ ଏକ ବୈଠକ କରି ବୁଝାଇ ଥିବା ଜଣାପଡ଼ିଛି । ସେପଟେ ଓଡିଶା ପକ୍ଷରୁ କୋଟିଆ ପଞ୍ଚାୟତ ରେ ସରକାରୀ ରେକର୍ଡ ଅନୁସାରେ ଲ୍ୟାମ୍ପ୍ସ ଖୋଲା ଯାଇଥିଲେ ମଧ୍ୟ ସ୍ଥାଇ ଗୃହ ନଥିବାରୁ ନାମକୁ ମାତ୍ର ପଞ୍ଚାୟତ ର ଷ୍ଟଲ୍ ଗୃହ ଭଡ଼ା ସୁତ୍ରରେ ନିଆ ଯାଇ ଏକ ପ୍ରକାର ଦାଇତ୍ଵ ହଟାଇ ଦିଆଯାଇଛି । ଯାହାର ଫାଇଦା ବର୍ତ୍ତମାନ ଆନ୍ଧ୍ର ରାଜ୍ୟର ଉକ୍ତ ସୋସାଇଟି ଉଠାଇବା ରେ ପଦକ୍ଷେପ ଆରମ୍ଭ କରିଛି । ଏଠାରେ ସୂଚନା ଥାଉକି କୋଟିଆ ପଞ୍ଚାୟତ ରେ ରହିଥିବା ଓଡ଼ିଶାର ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟ ପକ୍ଷରୁ ଲ୍ୟାମ୍ପ୍ସ ଗୃହ ନିର୍ମାଣ କରିବା ପାଇଁ ଜମି ଯୋଗାଇ ଦିଆ ଯାଇ ନଥିବା ବେଳେ ଲ୍ୟାମ୍ପ୍ସ ସମ୍ପଦ୍ଧିୟ ସମସ୍ତ କାର୍ଯ୍ୟ କରିବା ପାଇଁ ପଞ୍ଚାୟତbବାସି ପଟ୍ଟାଙ୍ଗି ସ୍ଥିତ ଲ୍ୟାମ୍ପ୍ସ କାର୍ଯ୍ୟାଳୟରେ ପହଞ୍ଚି ସୁବିଧା ଉଠାଇବା ନିମନ୍ତେ ନିର୍ଭର କରୁଛନ୍ତି ।