Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋର୍ଟ ଙ୍କ ନିର୍ଦେଶ ପରେ ସଖି ଗୃହ ରୁ ମୁକୁଳିଲେ ପ୍ରେମିକା…ଚର୍ଚ୍ଚା ରେ ରହିଥିଲା ଆଲୋମଣ୍ଡା ଗାଁ ର ପ୍ରେମ ବିବାହ।

ଲକ୍ଷ୍ମୀପୁର ୨୫/୦୧ … ଗତ କିଛି ଦିନ ହେଲା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଳକ ଆଲୋମଣ୍ଡା ଗାଁ ର ଏକ ପ୍ରେମ ବିବାହ ଚର୍ଚ୍ଚା ର ପ୍ରସଙ୍ଗ ହୋଇ ରହିଥିବା ବେଳେ ଝିଅ ର ବାପା ଘର ଲୋକେ ଝିଅ ନିଖୋଜ ନେଇଥିବା ନେଇଁ ବନ୍ଧୁଗାଁ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବନ୍ଧୁଗାଁ ଥାନା ଆଇଆଇସି ଝିଅ କୁ ଉଧାର କରି ଲକ୍ଷ୍ମୀପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ମାଜିଷ୍ଟ୍ରେଟ ଙ୍କ ପାଖରେ  ପହଞ୍ଚାଇ ଝିଅ ର ବୟାନ ରେକର୍ଡ କରାଇଥିଲେ। ଝିଅ କୁ ୧୮ ବର୍ଷ ଓ ସାବାଳିକା ସତ୍ୱେ ଝିଅ ର ଅଧିକାର କୁ ଖୁର୍ଣ୍ଣ କରି ଝିଅ କୁ ମୁକ୍ତ ରେ ଛାଡ଼ିବା ପରିବର୍ତ୍ତେ ସଖୀ ଗୃହ ରେ ଛଡା ଯାଇଥିଲା, ତେଣୁ ବନ୍ଧୁଗାଁ ଆଇଆଇସି ଙ୍କ ବିରୋଧ ରେ ଝିଅ ତରଫରୁ ପୁଣି ଅଦାଲତ ରେ ଆଶ୍ରୟ ନିଆଯାଇଥିଲା, ଆଜି ଲକ୍ଷ୍ମୀପୁର କୋର୍ଟ ରେ ବିଚାରପତି ଙ୍କ ନିର୍ଦେଶ କ୍ରମେ ସାବାଳିକା ପ୍ରେମିକା ଙ୍କୁ ସଖୀ ଗୃହରୁ ମୁକ୍ତ କରାଯାଇଛି ଓ ତାଙ୍କ ପ୍ରେମିକ ଙ୍କ ସମ୍ପର୍କୀୟ ଙ୍କୁ ଲିଖିତ ରାଜିନାମା ଅନୁଯାୟୀ ହସ୍ତାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଆଲୋମଣ୍ଡା ଗାଁ ର ରେଶ୍ମା କଂସ ବେହେରା  ଓ ସେହି ଗାଁ ର ଚିନୁ କାଲପା ନାମକ ଯୁବକ ଗତ ଏକ ବର୍ଷ ଧରି ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ରହିବା ପରେ ଗତ ମାସରେ ଉଭୟେ ବିଶାଖାପାଟଣା ର ଏକ ମନ୍ଦିର ରେ ବାହା ହୋଇଥିଲେ। ଝିଅ ଘର ପରିବାର କିନ୍ତୁ ଏହାକୁ ନେଇଁ ଝିଅ ନିଖୋଜ ଥିବା ନେଇଁ ବନ୍ଧୁଗାଁ ଥାନାରେ ମାମଲା କରିଥିଲେ। ମାମଲା ପରେ ଝିଅ କୁ ଉଦ୍ଧାର କରାଯାଇ କୋର୍ଟ ରେ ଅଣାଯାଇଥିଲା, କୋର୍ଟ ରୁ ବୟାନ ଦେଇ ବାହାରିବା ପରେ ଝିଅ ତାଙ୍କ ପ୍ରେମିକା ଙ୍କ ଘରେ ଛାଡିବାକୁ ଜିଦି ଧରିଥିଲା, ଏପରିକି ତାଙ୍କ ବାପା ଘରେ ଛାଡିଲେ ଆତ୍ମ ହତ୍ୟା ର ଧମକ ଦେଇଥିଲା,ପ୍ରେମିକା ଙ୍କ ବୟସ ୨୧ ବର୍ଷ ହୋଇନଥିବା କାରଣରୁ ଓ ବାହାଘର ର କୌଣସି ପ୍ରମାଣ ଦେଇ ପାରିନଥିବା ଓ ଝିଅ ର ବାପା ମିସିଙ୍ଗ ଅଭିଯୋଗ ଦେଇଥିବା କାରଣରୁ କୋର୍ଟ ର ନିର୍ଦେଶ କ୍ରମେ ସଖୀ ଗୃହରେ ଛଡା ଯାଇଥିଲା ବୋଲି ଆଇଆଇସି ପ୍ରସନ କୁମାର ମିଶ୍ର ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି।ପ୍ରେମିକା ରେଶ୍ମା ତରଫରୁ ମାମଲା ଲଢ଼ୁଥିବା ଆଇନଜୀବୀ ସତ୍ୟ ଖରା କହିଛନ୍ତି ଝିଅ ସାବାଳିକା ଥିବା କାରଣରୁ ତାର ସ୍ୱାଧୀନତା ରହିଥିଲା, କିନ୍ତୁ ସଖୀ ଗୃହରେ ରଖାଯିବାର କୌଣସି ପ୍ରକାର ଆଇନ ସମ୍ମତ ନଥିଲା, ବିଚାରପତି ପୁନର୍ବାର ଏହାକୁ ହୃଦୟଙ୍ଗମ କରି ଆଜି ପ୍ରେମିକା ରେଶ୍ମା ଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ଓ ଝିଅ ର ଇଚ୍ଛା ମୁତାବକ ତାଙ୍କ ପ୍ରେମିକ ଙ୍କ ବାପା ତଥା ଶ୍ୱଶୁର ଙ୍କ ଘରେ ଯିବାକୁ ସହମତ ଦେଇଥିବା ଆଇନଜୀବୀ ଶ୍ରୀ ଖରା ପ୍ରକାଶ କରିଛନ୍ତି।ଝିଅ କୋର୍ଟ ରୁ ଛାଡ଼ ପାଇବା ପରେ କଲପା ପରିବାର ର ସଦସ୍ୟ ଖୁସିରେ ମିଠା ବାଣ୍ଟି ରେଶ୍ମା କୁ ନେଇଁ ଆଲୋମଣ୍ଡା ଯାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ