Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ର ବରିଷ୍ଠ ନାଗରିକ ଙ୍କୁ ପୋଲିସ ତରଫରୁ ପରିଚୟ ପତ୍ର ପ୍ରଦାନ..ସାମ୍ବାଦିକ ଙ୍କୁ ହେଲମେଟ ପ୍ରଦାନ କରି ସଡ଼କ ସୁରକ୍ଷା ର ବାର୍ତା ପ୍ରଦାନ.

ଲକ୍ଷ୍ମୀପୁର ୨୭/୦୧ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୋଲିସ ତରଫରୁ ୫୩ ଜଣ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଲକ୍ଷ୍ମୀପୁର ଥାନା ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୋରାପୁଟ ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋବ୍ରତା ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ। ସାଧାରଣତଃ ସରକାରୀ କର୍ମଚାରୀ, କୌଣସି ସଂସ୍ଥା ରେ କାର୍ଯ୍ୟରତ କିମ୍ବା ଛାତ୍ର ଛାତ୍ରୀ ମାନଙ୍କୁ ପରିଚୟ ପତ୍ର ଥାଏ କିନ୍ତୁ ବରିଷ୍ଠ ନାଗରିକ ମାନଙ୍କୁ କୌଣସି ପ୍ରକାର ପରିଚୟ ପତ୍ର ନଥାଏ, ତେଣୁ ପୋଲିସ ତରଫରୁ ପ୍ରଦାନ କରାଯାଇଥିବା ପରିଚୟ ପତ୍ର ଅନେକ କ୍ଷେତ୍ର ରେ କାର୍ଯ୍ୟ କୁ ଆସିବ, ଏପରିକି କୌଣସି ଦୁର୍ଘଟଣା ସ୍ଥାନ ରେ ରହିଥିଲେ , ବସ, ରେଳସେବା, ଡାକ୍ତରଖାନା, ମନ୍ଦିର,ଏପରିକି ନିଖୋଜ ଥିଲେ ମଧ୍ୟ ଏହି ପରିଚୟ ପତ୍ର ଦେଖାଇଲେ କାମକୁ ଆସିବ ଓ ଅଗ୍ରାଧିକାର ମିଳିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ମନୋବ୍ରତା ଶତପଥି ପ୍ରକାଶ କରିଥିଲେ।  ବରିଷ୍ଠ ନାଗରିକ ଯଦି କୌଣସି ଅସୁବିଧା ର ସମ୍ମୁଖୀନ ହୁଅନ୍ତି ତାହେଲେ ୧୧୨ ନମ୍ବର ରେ ଯୋଗାଯୋଗ କଲେ ପୋଲିସ ତୁରନ୍ତ ସେଠାରେ ପହଂଚିବ ବୋଲି କୁହାଯାଇଥିଲା।ପରିଚୟ ପତ୍ର ପାଇବା ପରେ ବରିଷ୍ଠ ନାଗରିକ ମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ହେଲମେଟ ପ୍ରଦାନ କରି ସଡ଼କ ସୁରକ୍ଷା ର ବାର୍ତା ପ୍ରଦାନ କରାଯାଇଥିଲା, ବିନା ହେଲମେଟ ରେ ମୋଟର ସାଇକେଲ ଚାଳନା କରିବାକୁ ବାରଣ କରାଯାଇଥିଲା, କାର୍ଯ୍ୟକ୍ରମ ରେ ଡାକ୍ତର ଦେବେଶ ଚନ୍ଦ୍ର ବେହେରା, ଏ ଏସ ଆଇ ଶାନ୍ତିଲତା ବେହେରା, ରମେଶ କିନ୍ତାଲୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ