Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ର ବହୁ ପୁରାତନ ଶୈବ ପୀଠରେ ରତ୍ନ ମୁଦ ସ୍ଥାପନ…

ଲକ୍ଷ୍ମୀପୁର ୨୬/୦୧ 
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଦୋରା ସାହିରେ ଥିବା ପୁରାତନ ଆଦିପୁରୁଷ ମହାଦେବଙ୍କ ନୂତନ ମନ୍ଦିରର ରତ୍ନମୁଦ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।ବିଧି ପୂର୍ବକ  ପ୍ରଥମେ ମଙ୍ଗଳ କାମନା ସହ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଆଜି ସକାଳ ଛଅଟାରୁ ମନ୍ଦିର ପାଖରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।ରତ୍ନ ମୁଦ ସ୍ଥାପନ ପାଇଁ ଭକ୍ତ ମାନେ ପଞ୍ଚ ଶସ୍ୟ ସମେତ ଅଷ୍ଟ ଧାତୁ,ସୁନା,ରୁପା, ତମ୍ବା ଓ ପଇସା ଧରି ଲମ୍ବା ଲାଇନ ରେ ଛିଡା ହୋଇ ମନ୍ଦିର ଶିଖର ରେ ଥିବା ରତ୍ନମୁଦ  ରେ ଅର୍ପିତ କରିଥିଲେ ।ଢୋଲ ମୁର୍ଦଙ୍ଗ କୀର୍ତନ ସାଙ୍ଗକୁ ହରିନାମ ରାମ ନାମ ଶବ୍ଦରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ମନ୍ଦିର ପୁରୋହିତ ବାବୁଲା ଶତପଥୀ ପୂଜକ ଭାବେ ରହିଥିଲେ।ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଯୋଗ ଦେଇଥିବା ବେଳେ ଭକ୍ତ ଙ୍କ ସକାଶେ ଅନ୍ନଭୋଗର ଆୟୋଜନ କରାଯାଇଥିଲା।ପ୍ରକାଶ ଥାଉକି ଏହି ବହୁ ପୁରାତନ ଜରାଜୀର୍ଣ୍ଣ ମନ୍ଦିର ଏକ ସିଟ ଘରେ ଆଦିପୁରୁଷ ମହାଦେବ ପୂଜା ପାଇ ଆସୁଥିଲେ, ବର୍ତ୍ତମାନ ଲକ୍ଷ୍ମୀପୁର ଅଞ୍ଚଳ ର କୋଡୀଙ୍ଗା ମାଳି ଖଣି ଖନନ  ଦାୟିତ୍ୱ ନେଇଥିବା ମୈତ୍ରୀ କମ୍ପାନୀ ର ଅଧ୍ୟକ୍ଷ ଶ୍ରୀନିବାସ ମନ୍ଦିର ନିର୍ମାଣ ସକାଶେ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ସକାଶେ ପ୍ରତିଶୃତି ଦେବା ପରେ ପୂଜକ ବାବୁଲା ଶତପଥି ମନ୍ଦିର କୁ ଭାଙ୍ଗି ନୂତନ ମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ, ବର୍ତମାନ ମନ୍ଦିର ଅର୍ଧନିର୍ମିତ ହୋଇ ରହିଥିବା ବେଳେ ଆର୍ଥିକ ରାଶି ପହଂଚି ନଥିବା ସେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ