Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନରେଗା ଯୋଜନା ରେ ପୋଖରୀ ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, କାର୍ଯ୍ୟ କୁ ଦେଖି ପ୍ରସଂଶା କଲେ ଗ୍ରାମବାସୀ।

କୋକସରା(ଆପ୍ର)୨୭/୦୧
ରାଜ୍ୟ ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ଏକ ମହତ୍ଵକାଂକ୍ଷୀ ଯୋଜନା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଶ୍ରମିକ ପରିବାର କୁ ବାର୍ଷିକ ଶତ ପ୍ରତିଶତ କାର୍ଯ୍ୟ ଯୋଗାଇ ଦେଇ ସ୍ୱାବଲମୀ କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମନରେଗା ଯୋଜନା ରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଡ଼ହଗାଁ ପଞ୍ଚାୟତ ଝାରବନ୍ଧ ଗ୍ରାମରେ ଥିବା ଏକ ସର୍ବ ସାଧାରଣ ପୋଖରୀ କୁ ମାଟି କାର୍ଯ୍ୟ ସମ୍ପାଦନ କରିବା ସହ ପୋଖରୀ କୁ ସୌନ୍ଦର୍ଯ୍ୟକରଣ କରି ଏକ ନୂତନ ରୂପରେଖ ଦିଆଯାଇଛି। ପୋଖରୀ ଚାରିକଡେ ପାଚେରୀ ନିର୍ମାଣ ସହ କାନ୍ଥ ରେ ସଚେତନତା ବାର୍ତ୍ତା ଦିଆଯାଇଛି।ପୋଖରୀ ହୁଡା ରେ ବିଭିନ୍ନ ପ୍ରକାର ସୁନ୍ଦର ଫୁଲ ଓ ଅନ୍ୟ ବୃକ୍ଷ ରୋପଣ ସହ ସମୟ ଅତିବାହିତ କରିବା ପାଇଁ ବେଞ୍ଚ ଓ ହୁଡା ରେ ଭ୍ରମଣ ପାଇଁ ପକ୍କା ରାସ୍ତା ନିର୍ମାଣ କରାଯାଇଛି। ଗାଧେଇବା ପାଇଁ ପାହାଚ ଓ ଶୌଚାଳୟ ଓ ମହିଳା ଙ୍କ ପାଇଁ ଚେଞ୍ଜିଙ୍ଗ ଗୃହ ନିର୍ମାଣ କରାଯାଇଛି। ଏହି ପୋଖରୀ ର ସୌନ୍ଦର୍ଯ୍ୟକରଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ମନରେଗା,ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରୁ ୧୮.୬୩ ଲକ୍ଷ ଟଙ୍କା ବ୍ୟୟ ରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପାଦନ ହୋଇଥିବା ସୂଚନା ମିଳିଛି। ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପ୍ରକଳ୍ପ କୁ ଉଦଘାଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ କୁଞ୍ଜଳତା ନାଏକ, ଡ଼ହଗାଁ କୃଷି ସମବାୟ ସଭାପତି ବ୍ରଜ କିଶୋର ନାଏକ,ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, କନିଷ୍ଠ ଯନ୍ତ୍ରୀ କିର୍ତ୍ତି ବେହେରା, ଅଜୟ ସେନାପତି, ଏପିଓ ସତିଶ କୁମାର ବେହେରା ,ପିଇଓ ଦୀପକ କୁମାର ନାଏକ ପ୍ରମୁଖ ଉପସ୍ଥିତ ରହି ସର୍ବ ସାଧାରଣ ଙ୍କ ପାଇଁ ଏହି ପ୍ରକଳ୍ପ କୁ ଉଦଘାଟିତ କରିଥିଲେ । ପୋଖରୀ ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କୁ ନେଇ ସ୍ଥାନୀୟ ଜନସାଧାରଣ ମାନେ ବ୍ଲକ ପ୍ରଶାସନ କୁ ପ୍ରସଂଶା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ