Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା ଉକୁଳେଇ ଠାକୁରାଣୀ ଙ୍କ ଜନ୍ମ ମହୋତ୍ସବ ପାଳିତ

ପୁରୀ ଜିଲ୍ଲା ର ଅସ୍ତରଙ୍ଗ କାକଟପୁର ମୁଖ୍ୟ ରାସ୍ତାରେ କେଉଁ ଆବାହନ କାଳରୁ ପୂଜା ପାଉଥିବା ମା ଉକୁଳେଇ ଠାକୁରାଣୀ ଙ୍କ ଜନ୍ମ ମହୋତ୍ସବ ତ୍ରିବେଣୀ ଅମାବାସ୍ୟା ତିଥିରେ , ବୁଧବାର ଦିନ ପାଳିତ ହୋଇ ଜାଇଅଛି । ସେହି ଦିନ ସକାଳୁ ସକାଳୁ ବହୁ ଦୂରା ଦୂରନ୍ତରୁ ଭକ୍ତ ମାନେ ଆସି ମାଙ୍କୁ ଧାଡ଼ିରେ ଦର୍ଶନ କରି ସେମାନ ଙ୍କର ମନ ସ୍କାମନା ପୁରଣ ଲାଗି ପୂଜକ ମଙ୍ଗୁଳି ଭାଇନା ଙ୍କ ଦ୍ଵାରା ପୂଜା ଅର୍ଚ୍ଚନା କରିଥିଲେ । ପ୍ରାସାଦ ସେବନ ସହ ହୋମ ଯଞ ଓ ଭଜନ କୀର୍ତ୍ତନ ହେବା ଦ୍ବାରା,ମାଙ୍କ ପୀଠ ସ୍ଥଳୀ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ,ସହ ସହ ଭକ୍ତ ମାନେ ଧାଡ଼ି ବାନ୍ଧି ମାଙ୍କୁ ଦର୍ଶନ ସହ ମଙ୍ଗୁଳି ନନାଙ୍କ ଦ୍ଵାରା ପୂଜାର୍ଚ୍ଚନା କରି ଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ,ଏହି ପୀଠରେ ପିଲା ହେଉ କି ଜେ କୌଣସି ବ୍ୟକ୍ତି ହୁଅନ୍ତୁ ,ଯଦି ଗୁରୁବାର ଆସି ମାଙ୍କ ସରଣା ପର୍ଣ୍ଣ ହୋଇ ,ତ୍ରିବେଣୀ ପୋଖରୀ ରେ ଗାଧୋଇ ଝୁଣା ଧୂପ ଗ୍ରହଣ କଲେ ଜର ଭଲ ହୋଇ ଥାଏ ବୋଲି କେବେ ଠାରୁ ବିଶ୍ୱାସ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ