କଳାହାଣ୍ଡି, ୨୯/୦୧
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରୁପ୍ରା ରୋଡ ପଞ୍ଚାୟତ ବିଲାଟ୍ ମୌଜା ରେ ଥିବା ପିଚୁ ପ୍ଲାଣ୍ଟ କୁ ବନ୍ଦ୍ କରିବା ଦାବିରେ ଉକ୍ତ ଅଞ୍ଚଳ ର ଶତାଧିକ ମହିଳା ଓ ପୁରୁଷ ନର୍ଲା ଥାନା ର ଦ୍ବାରସ୍ଥ ହୋଇ ଥିବା ଦେଖି ବାକୁ ମିଳିଛି। ସ୍ଥାନୀୟ ଲୋକ ଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତପିଚୁ ପ୍ଲାଣ୍ଟଟି ଜନ ବସତି ସହିତ ରାସ୍ତା କଡ଼ରେଥିବାରୁ ରାସ୍ତା ରେ ଯିବା ଆସିବା ସମୟରେ ଧୁଆଁ ଓ ପଥର ଗୁଣ୍ଡ ଆଖି ରେ ପଶିବା ସହିତ ସ୍ଥାନୀୟ ଚାଷୀ ଙ୍କ ଫସଲ ନଷ୍ଟ ହେଉଛି। ଏଥିପାଇଁ ଅନେକ ଥର ନର୍ଲା ଥାନା ସହିତ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି କିନ୍ତୁ କିଛି ସୁଫଳ ମିଳୁ ନ ଥିବାରୁ ଆଗାମୀ ଦିନରେ ଆନ୍ଦୋଳନ ର ପନ୍ଥା ଆପଣେଇବେ ବୋଲି ପ୍ରକାଶ କରିଛନ୍ତି । ସେପଟେ ପିଚୁ ପ୍ଲାଣ୍ଟ ମାଲିକ୍ ଙ୍କୁ ଏ ବିଷୟରେ ପଚାରିବାରୁ ଆମ ପାଖରେ ସରକାରୀ ନିୟମ ମୁତାବକ୍ ଆଇନ୍ ଗତ ସମସ୍ତ ଦସ୍ତାବେଜ୍ ମହଜୁଦ୍ ଅଛି ଓ ପରିବେଶ ସୁରକ୍ଷା ଅନୁପାଳନ କରିଥିବା ପ୍ରକାଶ କରିଛନ୍ତି ।