ଲୋକ ବିକାଶ ମଞ୍ଚ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ


ଲୋକ ବିକାଶ ମଞ୍ଚ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ
କୋରାପୁଟ ଜିଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ଠାରେ ଲୋକ ବିକାଶ ମଞ୍ଚ ଓ ମହିଳା ଲୋକ ବିକାଶ ମଞ୍ଚ କୋରାପୁଟ, ସେମିଳିଗୁଡା ଶାଖା ତରଫରୁ 3 ଦିନିଆ ପାରମ୍ପରିକ ଜୈବିକ କୃଷି ଯଥା- ହାଣ୍ଡି ଖତ, ଖଜରା ଖତ, ବିହନ ବିସଜନ, ଇତ୍ୟାଦି ଉପରେ ତାଲିମ ଶିବିର ଆୟୋଜନ କରାଯାଇ ଥିଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜୁପୁଟ ଗ୍ରାମ ପଞ୍ଚାୟତ ଠାରେ ତା 2-05-23 ଠାରୁ 04-05-23 ରିଖ ପଯ୍ୟନ୍ତ। ଏହି ତିନି ଦିନ ଧରି ଚାଲିଥିବା ତାଲିମ ରେ ଲୋକ ବିକାଶ ମଞ୍ଚ ର କର୍ମୀ 7 ଗୋଟି ବ୍ଲକ ରୁ 35 ଲୋକ ଏକାଠି ହୋଇଥିଲେ ଏବଂ ରାଯୁପୁଟ ପଞ୍ଚାୟତ ର କିଛି ସକ୍ରିୟ ଚାଷୀ ମଧ୍ଯ ଅଂଶ ଗ୍ରହଣ କରିଥିଲେ। ଆଉ ରାଜୁପୁଟ ସରପଞ୍ଚ ଶ୍ରୀ ଯୁକ୍ତ ପିତାମ୍ବର କିର୍ଷାନି ମହାଶୟ ଏହି ତାଲିମ କୁ ଉଦ୍ଘାଟନ କରିଥିଲେ ଏବଂ ଏହି ତାଲିମ୍ ର ମୁଖ୍ୟ ଭୂମିକା ନିଭାଇଥିଲେ, ଏଥିରେ ଲୋକ ବିକାଶ ମଞ୍ଚ ଶାଖା ସଭାପତି କୃଷ୍ଣ ହନ୍ତାଲ,ବିଧୁ ମହାପାତ୍ର, ନକୁଳ ବାଗ, ମାନସ ରଞ୍ଜନ ବେହେରା ଓ ସମସ୍ତ କର୍ମଚାରୀ ମୁଖ୍ୟ ଉପସ୍ଥିତ ଥିଲେ।