Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝିନ ହିକକା ଙ୍କ ପିତୃ ବିୟୋଗ

ଲକ୍ଷ୍ମୀପୁର ୩୦/୦୧ … କୋରାପୁଟ ର ପୂର୍ବତନ ସାଂସଦ ତଥା ବର୍ତ୍ତମାନ ର ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା ଙ୍କ ବାପା ନାନ୍ଦୁ ହିକକା ଙ୍କ ୬୮ ବର୍ଷ ବୟସରେ ଶୁକ୍ରବାର ପାହାନ୍ତିଆ ରେ ମୃତ୍ୟୁ ହୋଇଛି। ଗୁରୁବାର ଦିନ ସକାଳେ  ଡୁମୁରିପଦର ବାସଭବନ ରେ ହଠାତ ସେ ଅସୁସ୍ଥ ଅନୁଭବ କରିବାରୁ  ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଚ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ,ଡାକ୍ତରଖାନା ରେ ଗୁରୁତ୍ୱ ଥିବା ଜାଣି କୋରାପୁଟ ନେବାକୁ ପରାମର୍ଶ ଦେଇଥିଲେ କିନ୍ତୁ ନାନ୍ଦୁ ହିକକା ଙ୍କୁ ବିଶାଖାପାଟଣା ର ଆପୋଲୋ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା। ଶୁକ୍ରବାର ପାହାନ୍ତିଆ ରେ ଚିକିତ୍ସା ଧୀନ ଅବସ୍ଥା ରେ ମୃତ୍ୟୁ ହୋଇଥିଲା। ଝିନ ଙ୍କ ବାପା ଜଣେ ରେଳବାଇ ର ଅବସର ପ୍ରାପ୍ତ କର୍ମଚାରୀ ହୋଇଥିବା ବେଳେ ସେ ଜଣେ ମିଷ୍ଠ ଭାସି, ସରଳ ଓ ସମସ୍ତଙ୍କ ର ପରିଚିତ ବ୍ୟକ୍ତିତ୍ୱ ଭାବେ ରହି ଆସିଥିଲେ। ଆଜି ତାଙ୍କର ଦେହାନ୍ତ ହେବା ଖବର ଶୁଣି ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା,ରାୟଗଡା ବିଧାୟକ ଆପାଲ ସ୍ୱାମୀ କାଡ୍ରାକା ,ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ପୂର୍ବତନ ବିଧାୟକ ରଘୁରାମ ପଡାଲ,ପ୍ରୀତମ ପାଢି, କୈଳାଶ କୁଲେସିକା, କୃଷ୍ଣ ଚନ୍ଦ୍ର ସଗରିଆ,ପ୍ରଭୁ ଯାନୀ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ, କୋରାପୁଟ ପୌରାଧକ୍ଷ ଲଲାଟ ରଞ୍ଜନ ସେଠି, ପୂର୍ବତନ ବିଜେଡ଼ି ସଭାପତି ଈଶ୍ୱର ପାଣିଗ୍ରାହୀ,ବ୍ଳକ ଅଧ୍ୟକ୍ଷା ଶୁଆଇ କୁଲେସିକା, ବିଜେଡ଼ି ନେତ୍ରୀ ପାର୍ବତୀ ମସ୍ତି ଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ଦେଇଥିଲେ।ଡୁମୁରିପଦ ସ୍ଥିତ ଗାଁ ମସାଣି ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏକମାତ୍ର ପୁଅ ଝିନ ହିକକା ମୁଖାଗ୍ନି ଦେଇଥିଲେ। ଲକ୍ଷ୍ମୀପୁର ବ୍ଳକ ର ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ସହ ସରପଞ୍ଚ, ସମିତି ସଭ୍ୟ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ