Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଡୀଙ୍ଗା ମାଳି ରୁ ପୟୋନିର କମ୍ପାନୀ କୁ ମାଇନନ୍ସ ପ୍ରଦାନ କୁ ବିରୋଧ।

ଲକ୍ଷ୍ମୀପୁର ୩୦/୦୧ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ର କୋଡୀଙ୍ଗା ମାଳି ରୁ ଗତ କିଛି ବର୍ଷ ହେଲା ଓଏମସି ଜରିଆରେ ଖଣି ଖନନ କରାଯାଇ ବେଦାନ୍ତ କମ୍ପାନୀ କୁ ପ୍ରଦାନ କରାଯାଉଛି। କଡିଙ୍ଗା ମାଳି ରୁ ଖଣି ଖନନ ଦାୟିତ୍ୱ ଆନ୍ଧ୍ର ପ୍ରଦେଶ ର ମୈତ୍ରୀ ନାମକ  ଘରୋଇ କମ୍ପାନୀ କୁ ଓଏମସି ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ର ଅନ୍ୟ ଏକ କମ୍ପାନୀ ପ୍ରାୟ ଦେଢ଼ ଲକ୍ଷ ଟନ ମାଇନ୍ସ ନେବା ସକାଶେ ସରକାର ଙ୍କ ପାଖରେ ଆବେଦନ କରିଛି। ଏହା ଗତ କିଛିମାସ ହେଲା ପୟୋନିର ନାମକ କମ୍ପାନୀ  ସରକାର ଙ୍କ ପାଖରେ କାଗଜ ପତ୍ର କରିଥିବା ଜଣାପଡିବା ପରେ ଉକ୍ତ କମ୍ପାନୀ କୁ ଖଣି ପ୍ରଦାନ ନକରିବାକୁ ସାଧାରଣ ରେ ଦାବୀ କରାଯାଇଛି। ଆଜି ଶତାଧିକ ଅଞ୍ଚଳ ବାସି  ଗୋପାଳ ମହାନନ୍ଦିଆ ଙ୍କ ନେତୃତ୍ୱ ରେ ଏକତ୍ରିତ ହୋଇ ବିରୋଧ କରିଥିଲେ, ସରକାର ଯଦି ପୟୋନିର କମ୍ପାନୀକୁ ଖଣି ପ୍ରଦାନ କରନ୍ତି ତାହେଲେ ଆନ୍ଦୋଳନ କରାଯିବ ବୋଲି କହିଥିଲେ।ଏଥି ପୁର୍ବରୁ କିଛିଦିନ ତଳେ ଜିଲ୍ଲା ପାଳ ଙ୍କୁ ମଧ୍ୟ ପୟୋନିର କମ୍ପାନୀ ବିରୋଧରେ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ