Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାରେ ପଡ଼ିଛି କାହା ମୃତଦେହ ?

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ବାଲେଶ୍ବର: କମର୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଛକ ବାଲିଆପାଳ କମର୍ଦା ମୁଖ୍ୟ ରାସ୍ତାରେ ପଡ଼ିଛି ଏକ ମୃତଦେହ । ତେବେ ମୃତଦେହଟି କାହାର କିଛି ଜଣାପଡିନି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଆଜି ସକାଳେ ରାସ୍ତା କଡ଼ରେ ଜଣେ ବୟସ୍କ ବ୍ୟକ୍ତି ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କମର୍ଦା ପୋଲିସ ଘଟଣାର ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୃଦ୍ଧଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାକୁ ନେଇ ଅଧିକ ଖୋଲତାଳ ଆରମ୍ଭ କରିଛି ପୋଲିସ । ବୃଦ୍ଧଙ୍କ ପରିଚୟ ମଧ୍ୟ ମିଳିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories