Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଠିଲା ସ୍ୱାଭିମାନର ସ୍ୱର:ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବାସିନ୍ଦା କାହିଁକି ନହେବେ, ବିଧାୟକ ପ୍ରାର୍ଥୀ !

ସମ୍ବଲପୁର:ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ପ୍ରାର୍ଥୀକୁ ନେଇ ପୁଣି ତେଜିଲା ରାଜନୀତି। ସ୍ୱାଭିମାନର ଶାଣିତ ସ୍ୱର ଏବେ ଲୋକଲୋଚନକୁ ଆସିଛି। ସ୍ୱାଭିମାନର ସ୍ବରକୁ ଉଜ୍ଜୀବିତ କରିବାରେ ରେଢ଼ାଖୋଲ ମାଟିରୁ ଯେଉଁ କେତେଜଣ ସ୍ଥାନୀୟ ପ୍ରାର୍ଥୀ ଉପରେ ଗୁରୁତ୍ୱ ଦେଇଥାନ୍ତି ସେମାନଙ୍କ ମଧ୍ୟରେ ଅଗ୍ର ରେ ରହିଛନ୍ତି ଅନ୍ୟତମ ନେତା,ସାମ୍ବାଦିକ ତଥା ବୁରଡ଼ା ସରପଞ୍ଚ ରାଜା ପାଳ।
ଶ୍ରୀ ପାଳ ଆଜି ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାକୁ ନେଇ ଧରିଲାଣି ବଡ଼ ଚର୍ଚ୍ଚା। କୋୖଣସି ରାଜନୈତିକ ଦଳ ପକ୍ଷରୁ କେଉଁ କାରଣରୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବାସିନ୍ଦା ବିଧାୟକ ପ୍ରାର୍ଥୀ ଦେଉନାହାନ୍ତି ? କଣ ଏଠାକାର କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ସ୍ୱାଭିମାନ ନାହିଁ ନାଁ ନେତୃତ୍ୱ ନେବାର ଦକ୍ଷତା ନାହିଁ ? ରାଜନୀତି କରିବା ପାଇଁ ଅର୍ଥ ସର୍ବସ୍ଵ କି ସମାଜସେବା ? କି ଅର୍ଥ ପାଇଁ ରେଢ଼ାଖୋଲକୁ ଗୋଟିଏ ଭଲ ସ୍ଥାନ ଭାବି ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ ସବୁ!ଏମିତି ଅନେକ ପ୍ରଶ୍ନର ଉତ୍ତର ଅପେକ୍ଷାରେ ଅଛନ୍ତି ରେଢ଼ାଖୋଲର ସାଧାରଣ ଜନତା।
ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ବାହାରୁ ଆସିଥିବା ନେତା ଯଦି ନିଜସ୍ୱ ସଙ୍ଗଠନ ନଥାଇ, ଦଳୀୟ ସଂଗଠନ ବଳରେ ଏଠାକାର ବିଧାୟକ ହେଇ ପାରୁଛନ୍ତି, ତାହେଲେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୌଣସି ରାଜନୈତିକ ବ୍ୟକ୍ତିବିଶେଷ ବିଭିନ୍ନ ଦଳର ସଂଗଠନ ଆଧାରରେ ଏଠାରୁ କାହିଁକି ବିଧାୟକ ହୋଇପାରିବେ ନାହିଁ ବୋଲି ଏକ ବିଚାରଧାରାର ପ୍ରଶ୍ନ ଉଠାଇଛନ୍ତି।ରେଢ଼ାଖୋଲର ବାସିନ୍ଦା ନହୋଇ ମଧ୍ୟ ଅନ୍ୟମାନେ ରେଢ଼ାଖୋଲ ବିଷୟରେ ଯଦି ଅନେକ ଚିନ୍ତାରେ ବ୍ୟସ୍ତ ତାହେଲେ ରେଢ଼ାଖୋଲର ବାସିନ୍ଦା କାହିଁକି ରେଢ଼ାଖୋଲର ଉନ୍ନତିକୁ ନେଇ ଚିନ୍ତା କରିବେ ନାହିଁ।
ରେଢ଼ାଖୋଲ ଏମିତି ଏକ ସ୍ଥାନ, ସାରା ଓଡିଶାର ମଧ୍ୟ ସ୍ଥଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ପଶ୍ଚିମ ଓଡ଼ିଶାର ଦ୍ୱାରଦେଶ କହିଲେ ମଧ୍ୟ ଚଳିବ। ଯିଏ ତିରିଶ ବର୍ଷ ପୂର୍ବେ ଯେଉଁ ରେଢ଼ାଖୋଲକୁ ଦେଖିଥିଲା, ବର୍ତ୍ତମାନ ମଧ୍ଯ ସେହି ରେଢ଼ାଖୋଲର ସମାନ ଅବସ୍ଥା। ଅଞ୍ଚଳର ବିକାଶ ବୋଲି ଯାହାକୁ କୁହାଯାଏ, ଏଠାରେ ତାର ତିଳେ ମାତ୍ର ଦେଖିବାକୁ ମିଳେ ନାହିଁ। ତାଙ୍କ ମତରେ ଏଠାରେ ବିକାଶ ନହେବା ପ୍ରଥମ କାରଣ ହେଲା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ। କୌଣସି ଦଳର କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ଆନ୍ତରିକତା ନାହିଁ ରେଢ଼ାଖୋଲର ବିକାଶକୁ ନେଇ। ନିର୍ବାଚନ ଆସିବ, ଜନସାଧାରଣଙ୍କୁ ଭକୁଆ ବନେଇ ଭୋଟ ସଂଗ୍ରହ କରିବା ଛଡା ଆଉ କୌଣସି ବିଷୟରେ ମୁଣ୍ଡ ପୁରାନ୍ତିନାହିଁ,ନେତୃତ୍ୱ ନେଉଥିବା ରାଜନୈତିକ ବ୍ୟକ୍ତିବିଶେଷ। ପୂର୍ବରୁ ଗତ ସରକାର ସମୟରେ ଗୋଟିଏ ଦଳର କାର୍ଯ୍ୟକର୍ତ୍ତାମାନେ ରେଢ଼ାଖୋଲ ଭୀମଭୋଇ ଛକରେ ନିଜଦଳର ନେତାଙ୍କୁ ଯେମିତି ଭାବରେ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଥିଲା, ବର୍ତ୍ତମାନ ମଧ୍ୟ ଆଉ ଗୋଟିଏ ଦଳର ମଧ୍ଯ ସେହି ସମାନ ଅବସ୍ଥା। ଖାଲି ଅପେକ୍ଷା ଆଉ ଅପେକ୍ଷା। କୋୖଣସି ଦଳର କୌଣସି କାର୍ଯ୍ୟକର୍ତ୍ତା ଏଠାରେ ସାହସ କରନ୍ତି ନାହିଁ, ରେଢ଼ାଖୋଲର ସମସ୍ୟା ବିଷୟରେ ଆଲୋଚନା କରିବାକୁ ନିଜ ଦଳର ବରିଷ୍ଠ ନେତାଙ୍କ ସହ। ରେଢ଼ାଖୋଲରେ ବିଗତ ଚବିଶ ବର୍ଷ ସରକାରୀ ଦଳର ଯେ କେହି ଯଦି ରେଢ଼ାଖୋଲର ବାସିନ୍ଦା ରାଜନୈତିକ ବ୍ୟକ୍ତି ବିଧାୟକ ପ୍ରାର୍ଥୀ ହୋଇଥାନ୍ତେ, ସେ ନିଶ୍ଚୟ ଜିତିଥାନ୍ତେ ବୋଲି ଯେଉଁ ଧାରଣା ଥିଲା ତାକୁ ଚୂରମାର କରିଦିଆଗଲା।ସେତେବେଳେ ସେହି ଦଳ ପ୍ରତି ବିପୁଳ ଜନ ସମର୍ଥନ ଥିଲା,ଏବଂ ବାହାର ଅଞ୍ଚଳର ନେତା ଏହାର ସୁବିଧା ଦେଖି ପୂର୍ଣ୍ଣ ମାତ୍ରରେ ଏହାର ଲାଭ ଉଠେଇଲେ ଏବଂ ରେଢ଼ାଖୋଲର ଲୋକେ ଭକୁଆ ଭଳି ଚାହିଁ ରହିଲେ। ବର୍ତ୍ତମାନ ଦେଖିବାକୁ ରହିଲା ଆଗାମୀ ଦିନରେ ସ୍ଥାନୀୟ ନେତୃତ୍ୱକୁ ଦଳୀୟ ସଂଗଠନଗୁଡ଼ିକ ଗୁରୁତ୍ୱ ହେଉଛନ୍ତି କି ଚିରାଚରିତ ପ୍ରଥା ଭଳି ଆଜି ପର୍ଯ୍ୟନ୍ତ ଯେମିତି ଚାଲିଛି ସେମିତି ଚାଳିବ। ସରକାରଙ୍କ ଯୋଜନାରେ ସବୁ ସମୟରେ ବିକାଶ ଚାଲିଛି ଏବଂ ଚାଲିବ ମଧ୍ୟ। କିନ୍ତୁ ସ୍ଥାନୀୟ ବାସିନ୍ଦା ଏ ଅଞ୍ଚଳର ବିଧାୟକ ହୋଇଥିଲେ ବୋଧେ ବିକାଶ ଦ୍ରୁତ ଗତିରେ ଅଗ୍ରଗତି କରିଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା। ରେଢ଼ାଖୋଲ ଅଞ୍ଚଳକୁ ଯଦି କୌଣସି ଦଳ ଆଜି ପର୍ଯ୍ୟନ୍ତ ଗୁରୁତ୍ୱ ଦିଅନ୍ତା ତାହେଲେ ରେଢ଼ାଖୋଲର ବିଭିନ୍ନ ଦଳର ନେତୃତ୍ୱ ସହିତ ରେଢ଼ାଖୋଲର ଜନସାଧାରଣମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତେ କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଦେଖାଗଲା ନାହିଁ। ବର୍ତ୍ତମାନ ରାଜ୍ୟ ନେତୃତ୍ୱ ରେଢ଼ାଖୋଲର ସ୍ଥାନୀୟ ନେତୃତ୍ୱକୁ ବିଶ୍ୱାସକୁ ନେଇ ଦାୟିତ୍ୱ ଦେବା ଚିନ୍ତା କରିବା ସମୟ ଆସିଛି। ଗାଡିର ପଛ ସିଟରେ ବସିବାକୁ ଆଉ ଇଛା ହେଉନାହିଁ ରେଢ଼ାଖୋଲ ଅଞ୍ଚଳର ବାସିନ୍ଦାମାନଙ୍କୁ । ବର୍ତ୍ତମାନ ଠାରୁ ଗାଡି ଚଳେଇବାକୁ ପ୍ରବଳ ଇଛା ହେଉଛି ରେଢ଼ାଖୋଲ ଅଞ୍ଚଳର ନେତୃତ୍ୱକୁ। କିନ୍ତୁ କିଏ ଏ କଥା ବୁଝିବ ଆଉ କିଏ ଗାଡି ଚଳେଇବାକୁ ଦେବ ସେ ଆପେକ୍ଷାରେ ଅଛନ୍ତି ରେଢ଼ାଖୋଲ ନେତୃତ୍ୱ।ତେବେ ସ୍ଥାନୀୟ ନେତୃତ୍ୱ ଉପରେ ଜନମତ ସୃଷ୍ଟି ହେବା ସହ ସ୍ଥାନୀୟ ନେତା ଚୟନ ନେଇ ବିକଳ୍ପ ଯୋଜନା ମଧ୍ୟ୍ୟ ବର୍ତ୍ତମାନକୁ ଭିତରେ ଭିତରେ ତେଜିବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ