ବିଦ୍ୟୁତ ଖୁଣ୍ଟକୁ ପିଟିବା ପରେ ଡିଭାଇଡର ଉପରେ ଚଢ଼ିଗଲା କାର୍


ଭୁବନେଶ୍ବର: ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ପିଟି ଡିଭାଇଡରକୁ ଚଢ଼ିଗଲା କାର୍ । ରାଜଧାନୀରେ ଆଜି ଭୋରୁ ଘଟିଛି ଏହି ଦୁର୍ଘଟଣା । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପଶ୍ଚିମବଙ୍ଗରୁ ଏକ ପରିବାର ଭୁବନେଶ୍ୱର ଆସିଥିଲେ । ଡମଣା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ିଯାଇଥିଲା । କାରରେ ୫ ଜଣ ଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରତର ରହିଛି । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ ଓ ସ୍ଥାନୀୟ ଲୋକେ କାରରୁ ଅନ୍ୟମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ । ସେମାନଙ୍କର କିଛି ହୋଇନାହିଁ । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।