Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନିଆ ଗାନ୍ଧୀ ଙ୍କ ମନ୍ତବ୍ୟ କୁ ବିରୋଧ..ଦାହ କଲେ କୁଶ ପୁତ୍ତଳିକା

ଲକ୍ଷ୍ମୀପୁର ୦୧/୦୨.. ଭାରତ ର ମହାମହିମ ରାଷ୍ଟ୍ରପତି  ଦ୍ରୋପଦୀ ମୁର୍ମୁ ଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅପମାନ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଲକ୍ଷ୍ମୀପୁର ବ୍ଳକ ବିଜେପି ତରଫରୁ ଆମ୍ବେଦକର ଛକ ରେ ପ୍ରତିବାଦ ଶୋଭା କରାଯାଇଥିଲା। କେନ୍ଦ୍ର ର ବିଜେପି ସରକାର ସାରା ଭାରତ ବର୍ଷ ର ଆଦିବାସୀ ମାନଙ୍କୁ ଗୁରୁତ୍ୱ ଦେଇଥିବା ବେଳେ ଓଡିଶା ର ବିଜେପି ସରକାର ମଧ୍ୟ ଆଦିବାସୀ ମାନଙ୍କୁ କୌଣସି ସ୍ଥାନରେ କମ ରେ ରଖିନାହାନ୍ତି। ଓଡିଶା ର ଜଣେ ଆଦିବାସୀ ମହିଳା ଦେଶ ର ସର୍ବୋଚ୍ଚ ପଦବୀ ରେ ସ୍ଥାନ ପାଇଥିବା ବେଳେ ବିରୋଧୀ କଂଗ୍ରେସ ସବୁବେଳେ ଅରୁଚି କର ମନ୍ତବ୍ୟ ପ୍ରଦାନ କରି ଆଦିବାସୀ ଙ୍କୁ ତାଶ୍ଚଲ୍ୟ କରୁଛି, ଗତକାଲି ର ମନ୍ତବ୍ୟ ଉପରେ ସୋନିଆ ଗାନ୍ଧୀ କ୍ଷମା ପ୍ରାର୍ଥନା ନକଲେ ଆନ୍ଦୋଳନ କରାଯିବ ବୋଲି  ବ୍ଳକ ବିଜେପି ତରଫରୁ ଚେତାବନୀ ଦିଆଯାଇଛି। ପ୍ରତିବାଦ ସଭା ଅନୁଷ୍ଠିତ ହେବା ପରେ ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ପୂର୍ବତନ ବିଧାୟକ  କୈଳାଶ କୁଲେସିକା ଙ୍କ ସହ ଯୁବନେତା ଦେବ ଖରା,ପ୍ରସାଦ ଖରା,ମନୋଜ ସାହୁ,ପରମା ଖରା, ଅନନ୍ତ ହୁଇକା,ବାମଦେବ ତୁରୁକ,ମଣ୍ଟୁ ହିଆଲ,ସୁମନ୍ତ ଚେଟି,ହରି ତୁରୁକ,ଦିଲେଶ୍ଵର ସାହୁ ଓ ମୁନା ମାଣ୍ଡିଙ୍ଗାଙ୍କ ସମେତ ବିଜେପି ଦଳର କର୍ମୀ ମାନେ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଲକ୍ଷ୍ମୀପୁର ଥାନା ତରଫରୁ ପୋଲିସ ମୃତୟନ କରା ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ