Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷକ ପ୍ରମୋଦ ସାର୍ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା।

ଅସ୍ତରଙ୍ଗ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରୀଅନା ଗ୍ରାମପଞ୍ଚାୟତ ର ବେଳାଭୂମି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ପାଲ୍ ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଶୁକ୍ରବାର ଦିନ ବେଳାଭୂମି ହାଇସ୍କୁଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ତଥା ଭାବ ବିହୋଳ ପରିବେଶ ଭିତରେ ଅନୁଷ୍ଠିତ ହୋଇ ଜାଇ ଅଛି । ବର୍ତ୍ତମାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ କାକଟପୁର ର ମାନ୍ୟବର ବିଧାୟକ ଶ୍ରୀ ତୁଷାର କାନ୍ତି ବେହେରା ଯୋଗଦାନ କରିଥିବା ବେଳେ,ମୁଖ୍ୟ ବକ୍ତା ଭାବେ ରହି ଥିଲେ ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ଵାଧୀନ କୁମାର ନାୟକ । ଅତିଥି ଗଣ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ପାଲ୍ ତାଙ୍କର ଏହି ବିଦ୍ୟାଳୟ ରେ୨୬ ବର୍ଷ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ଓ କର୍ତ୍ତବ୍ୟ ନିଷ୍ଠା ସେବା ଜୀବନ ସମାପନ କରି ସେ ଶିକ୍ଷାଦାନ ସହ,ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀ ଙ୍କ ଚରିତ୍ର ଗଠନରେ ବଳିଷ୍ଠ ଭୂମିକା ଗ୍ରହଣ କରି ଛନ୍ତି ବୋଲି ସେ ବିଷୟ ରେ ଆଲୋକ ପାତ କରିବା ସହ ବିଗତ ଦିନର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ତାଙ୍କର ଉଦ୍ୟମ ଓ ଶିକ୍ଷକ ମାନଙ୍କ ସହଯୋଗ ର ଶିକ୍ଷାଦାନ ହେତୁ, ଏହି ବିଦ୍ୟାଳୟଟି ବ୍ଲକ ସ୍ତରୀୟ ପ୍ରଥମ ଶ୍ରେଣୀ ଭାବେ ଟପର୍ ହେବାର ଯୋଗ୍ୟତା ହାସଲ କରିଛି ବୋଲି ଅତିଥି ଗଣ ସମ୍ବର୍ଦ୍ଧନା ସଭାରେ ପ୍ରକାଶ କରିଥିଲେ । ଜଗତସିଂହପୁର ଏମ୍ ପି ଙ୍କ ପ୍ରତିନିଧି,ସୁଦର୍ଶନ ସ୍ବାଇଁ, ଓଷ୍ଠା ର ସମ୍ପାଦକ ଅଶୋକ କୁମାର ମହାପାତ୍ର,ଶିକ୍ଷାବିତ୍ କାହ୍ନୁ ଚରଣ ବିଶ୍ଵାଳ,ପ୍ରମୋଦ କୁମାର ନାୟକ, ଓଷ୍ଟା ର ପୂର୍ବତନ ସାଧାରଣ ସମ୍ପାଦକ ( ଓଡ଼ିଶା) ପ୍ରକାଶ କୁମାର ମହାନ୍ତି,ସରପଞ୍ଚ କ୍ଷୀରୋଦ କାଂଡି,ସେମିତି ସଭ୍ୟ ବିମ୍ବାଧର ବିଶ୍ଵାଳ,ସ୍କୁଲ ପରିଚାଳନା କମିଟି ତରଫରୁ ସଭାପତି ପ୍ରତାପ ନାୟକ, ଜିତେନ୍ଦ୍ର ନାୟକ,ଦେବେନ୍ଦ୍ର ବିଶ୍ଵାଳ,ପ୍ରଫୁଲ୍ଲ ବିଶ୍ଵାଳ, ଓସ୍ଟା ର ପୁରି ଜିଲ୍ଲା ସମ୍ପାଦକ ତରୁଣ କୁମାର ନାୟକ,ଙ୍କ ସମେତ, ବର୍ତ୍ତମାନ ଓ ପୁରାତନ ଛାତ୍ର ଛାତ୍ରୀ ଭାଷଣ ଦେଇ ପ୍ରଧାନ ସାର ଙ୍କର ବିଗତ ଦିନରେ ସ୍କୁଲ ପ୍ରତି ଥିବା ଅବଦାନ,ଶିକ୍ଷାଦାନ ବିଷୟରେ ଲୋତକ କଣ୍ଠରେ ବର୍ଣ୍ଣନା କରି ଥିଲେ । ବହୁ ଅନୁଷ୍ଠାନ ତରଫରୁ ପ୍ରମୋଦ ସାର୍ ଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ବେଳେ,ବିଦାୟୀ ସଭା ସ୍ଥଳତି ଏକ ଲୋତକ ସଭା ଭାବେ ପରି ଗଣିତ ହୋଇଥିଲା । ସହ ସହ ଛାତ୍ର ଛାତ୍ରୀ, ଉପସ୍ଥିତ ଥିବା ଲୋକ ମାନଙ୍କ ଦ୍ବାରା ପାଲ୍ ସାର୍ ଙ୍କର ଅବସର କାଳୀନ ଅଶ୍ରୁଳ ବିଦାୟ ବହୁତ ଦୁଃଖ ଓ ଯନ୍ତ୍ରଣା ଦାୟକ ଥିଲା ବେଳେ,ଏହି ସବୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,ଶିକ୍ଷକ ବିଜୟ କୁମାର ଭଟ ଓ ପରିବେଶ ବିତ ସୋଭାକର ବେହେରା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ