Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଏକ ଆଇନଜିବୀ ଙ୍କୁ ଏସିଡ୍ ମାଡ଼ କରିଥିବା ଘଟଣାର ଦୁର୍ବୃତ୍ତ ଙ୍କୁ ଧରିବାରେ ଗଜପତି ଜିଲ୍ଲା ପୋଲିସ୍ କୁ ମିଳିଛି ବଡ଼ ସଫଳତା ।

ପାରଳାଖେମୁଣ୍ଡି:୨/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗତ ବର୍ଷ ନଭେମ୍ବର ମାସ ୯ ତାରିଖରେଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଙ୍ଗମ ସାହି ବାସିନ୍ଦା ଆଇନଜୀବି ଶ୍ରୀ ପି. ରାମାରାଓ ଘରେ ଥିବା ବେଳେ
କୋରିଅର୍ ଦେବା ଆଳରେ ଡାକି ସେ, ବାହାରକୁ ଆସିବା ମାତ୍ରେ ତାଙ୍କ ଉପରକୁ ଏସିଡ଼୍ ଢାଳି ଦେଇ ଆଖିପିଛୁଳାକେ ଦୁର୍ବୁତ୍ତ ମାନେ ସେଠାରୁ ଚମ୍ପଟ ହୋଇଯାଇଥିଲେ ସେତେବେଳେ ପାରଳାଖେମୁଣ୍ଡି ପୋଲିସ ବହୁ ଚେଷ୍ଟା ସତ୍ବେ କୌଣସି ସୁରାକ୍ ଜନସାଧାରଣ କିମ୍ବା ପୋଲିସ୍ ଙ୍କୁ ମିଳିପାରିନଥିଲା l ସେତେବେଳେ ଆଇନଜୀବି ଶ୍ରୀ ରାମାରାଓ ଙ୍କ ଉପରେ ଏସିଡ ଆକ୍ରମଣ କୁ ନେଇ ବାର ଆସୋସିଏସନ୍ ତରଫରୁ ପାରଳାଖେମୁଣ୍ଡି ଆଦର୍ଶ ଥାନରେ ଥାନାରେ ଏତଲା ଦେଇ ବିଭିନ୍ନ ସମୟରେ କୋର୍ଟ ବର୍ଜନ , ଧାରଣା, ଶୋଭାଯାତ୍ରା, କଲମ ଛାଡ ଆନ୍ଦୋଳନ ଏବଂ ରାଲି ପ୍ରଭୁତି ବାହାର କରି ଅଭିଯୁକ୍ତଙ୍କୁ ଖୋଜିବାହାର କରିବାକୁ ଦାବି କରାଯାଇଥିଲା ।ତେବେ ଗଜପତି ଏସ ପି ଙ୍କ ପତ୍ୟକ୍ଷ ତତ୍ତ୍ଵାବଧାନରେ ପାରଳାଖେମୂଣ୍ଡି ଆଦର୍ଶ ଥାନାର ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଏଵଂ ପୋଲିସ୍ ଟିମ ନିରନ୍ତର ଉଦ୍ୟମ ଯୋଗୁଁ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବାରେ ସଫଳତା ହାସଲ କରିପାରିଛି , ଅଭିଯୁକ୍ତ ମାନେ ହେଲେ ଆନ୍ଧ୍ରପ୍ରଦେଶ ,ବିଜୟନଗରମ୍ ଜିଲ୍ଲା,ଅନ୍ତର୍ଗତ ଜ୍ଞାନପରମ୍ ବାସିନ୍ଦା ୩୦ ବର୍ଷୀୟ ଶ୍ରୀ ଡି. ସତିସ୍ ଏବଂ ଅନ୍ୟ ଜଣେ ହେଲେ ସ୍ଥାନୀୟ ପାରଳାଖେମୁଣ୍ଡି ପାଲେସ୍ ଷ୍ଟ୍ରୀଟ୍ ବାସିନ୍ଦା ବିଶାଖାପାଟଣା ରେ ବସବାସ କରୁଥିବା ଶ୍ରୀ ଡି. ଭେଙ୍କେଟ୍ ରାଓ ।ଆଜି ସେହି ଘଟଣା ର ଫର୍ଦାଫାଶ୍ କରିବାକୁ ଯାଇ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ରେ ସମସ୍ତ ଘଟଣାବଳୀ ର ବିଷୟ ବସ୍ତୁ ବର୍ଣ୍ଣନା କରିଛନ୍ତି।ଏହି ଅବସରରେ ଏସ୍. ଡି. ପି. ଓ ଶ୍ରୀଯୁକ୍ତ ମାଧବ ନାୟକ ଏବଂ ପାରଳାଖେମୁଣ୍ଡି ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ଭୂପତି ଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ଦୁଇ ଅଭିଯୁକ୍ତ ଙ୍କୁ ବର୍ତ୍ତମାନ କୋର୍ଟ ଚାଲାଣ କରାଯାଇଛି । ତେବେ ଅଳ୍ପ କିଛି ଦିନ ପରେ ପରେ ଏକ ସମ୍ବେଦନଶୀଳ ଘଟଣା ର ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍ ସଫଳତା ପାଇଥିବାରୁ ଜନସାଧାରଣ ଆଶ୍ବସ୍ତ ହେବା ସାଥେ ସାଥେ ପୋଲିସ୍ ମଧ୍ୟ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି। ଗଜପତି ପୋଲିସର ଏହି ସଫଳତା ନେଇ ପାରଳାଖେମୁଣ୍ଡି ବାର ଆସୋସିଏସନ ପକ୍ଷରୁ ସନ୍ତୋଷ ବ୍ୟକ୍ତ ପ୍ରକାଶ କରିବା ସହ ଗଜପତି ଏସ ପି, ଡି ଏସ ପି ଓ ପାରଳାଖେମୁଣ୍ଡି ଥାନା ଅଧିକାରୀ ଙ୍କୁ ପୁଷ୍ପମାଲ୍ୟାର୍ପଣ କରି ସମ୍ବର୍ଦ୍ଧିତ କରଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।