Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ତାଲିମ ଶିବୀର ଉଦଘାଟିତ

ସମ୍ବଲପୁର: ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ପାଇଁ ସାତଦିନିଆ ଆତ୍ମସୁରକ୍ଷା ତାଲିମ ଶିବିର ସୋମବାର ଆରମ୍ଭ ହୋଇଛି।ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରଥିଲେ ା ଉଦଘାଟନୀ ସଭାରେ ସମ୍ମାନୀତ ଅତିଥି ଭାବରେ ରାଷ୍ଟ୍ରପତି ପଦକ ପ୍ରାପ୍ତ ବୀର ଯବାନ ଗୋବର୍ଦ୍ଧନ ସାହୁ ଯୋଗ ଦେଇ ବର୍ତ୍ତମାନ ର ସଙ୍କଟମୟ ପରିସ୍ଥିତି ରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିବାବେଳେ ଏସ୍ ଡି ଟି ପି ର ପ୍ରୋଗ୍ରାମ ଅଫିସର ସଂଗୀତା ସେଠ୍ ତାଲିମ ଶିବିର ର ଆଭିମୁଖ୍ୟ ଓ ପରିବର୍ତ୍ତିତ ପରିସ୍ଥିତିରେ ଛାତ୍ରୀ ମାନଙ୍କର ଭୁମିକା ବିଷୟ ରେ ବକ୍ତବ୍ୟ ରଖିଥିଲେ।ଅନୁଷ୍ଠାନର ପି.ଇ.ଟି ଧନଞ୍ଜୟ ମହାକୁଡଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମରେ ମୋଟ ୧୦୫ ଜଣ ଛାତ୍ରୀ ଅଂଶ ଗ୍ରହଣ କରୁଥିବାବେଳେ ଅନୁଷ୍ଠାନର ପ୍ରାକ୍ତନ ଛାତ୍ରୀ ତେଜସ୍ମିତା ସାହୁ ମାଷ୍ଟରଟ୍ରେନର ଭାବେ ଯୋଗ ଦେଇଛନ୍ତି।