Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାନସଭା ର ଅନୁସୂଚିତ ଜାତି ଓ ଜନଜାତିର ଏକ ତିନି ଜଣିଆ ଷ୍ଟାଣ୍ଡିଙ୍ଗ କମିଟି ଆଜି ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର ୦୫/୦୨ ..ବିଧାନସଭା ର ଅନୁସୂଚିତ ଜାତି ଓ ଜନଜାତିର ଏକ ତିନି ଜଣିଆ ଷ୍ଟାଣ୍ଡିଙ୍ଗ କମିଟି ଆଜି ଲକ୍ଷ୍ମୀପୁର ବ୍ଳକ ମିନାପାଇ ବାଳିକା ବିଦ୍ୟାଳୟ ସମେତ ବୁର୍ଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଚମ୍ପି ଆଶ୍ରମ ସ୍କୁଲ ଗସ୍ତକରି ଫେରି ଯାଇଛନ୍ତି।ଏହି କମିଟିର ଅଧ୍ୟକ୍ଷ ଡାବୁଙ୍ଗା ବିଧାୟକ ମନୋହର ରନ୍ଧାରୀ,କୋଟପାଡ଼ ବିଧାୟକ ରୁପୁ ଭତ୍ରା,ମୋହନା ବିଧାୟକ ଦାଶରଥି ଗମାଙ୍ଗ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟର ଛାତ୍ରୀ ମାନେ ତାଙ୍କୁ ଢେମସା ନୃତ୍ୟର ତାଳେ ତାଳେ ପାଛୋଟି ନେଇଥିଲେ।ପରେ ସମୂହ ବିଦ୍ୟାଳୟର ପ୍ରତ୍ୟେକ ବିଭାଗରେ ପ୍ରାୟ ୪୫ ମିନିଟ ଧରି ବୁଲି ଦେଖିଥିଲେ ।ଏଥିସହ ପାଠ ପଢା କିପରି ହେଉଛି, ଛାତ୍ରୀଙ୍କ ଖାଇବା ପିଇବା ଠିକ ଚାଲୁଚିକି ନାହିଁ ପଚାରି ବୁଝିଥିଲେ। ସେହିପରି ବୁର୍ଜା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଏନ ଭି ଲକ୍ଷ୍ମୀ ବିଦ୍ୟାଳୟ ରେ ଲାଗି ରହିଥିବା ପାଣି ସମସ୍ୟା ଉପରେ ସୂଚାଇଥିଲେ।  ଏନେଇଁ କମିଟି ଅଧ୍ୟକ୍ଷ ମନୋହର ରନ୍ଧାରୀ କହିଛନ୍ତି କି ଲକ୍ଷ୍ମୀପୁର ବ୍ଳକ ର ହଷ୍ଟେଲ ସ୍କୁଲ ମାନଙ୍କ ରେ ନିମ୍ନ ମାନର ଖାଦ୍ୟ ପରିବେଷଣ କରାଯାଉଛି, ବିଦ୍ୟାଳୟ ରେ ନିୟମିତ ଶିକ୍ଷକ ସ୍କୁଲ ଆସୁନାହାନ୍ତି କି ହେଡ଼ କ୍ୱାଟର ରେ ଶିକ୍ଷକ ରହୁନାହାନ୍ତି, ଛାତ୍ରଛାତ୍ରୀ ମାନେ ଇଂରାଜୀ ଓ ଗଣିତ ରେ କୌଣସି ପ୍ରକାର ଉନତି ହଉନଥିବା ଓ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବା ଓ ହଷ୍ଟେଲ ଗୁଡିକରେ ଶୌଚାଳୟ ଗୁଡିକ ଠିକ ନଥିବା କହିଛନ୍ତି। ବୁର୍ଜା ବିଦ୍ୟାଳୟ ରେ ଆଜି ହିଁ ୪୦ ଲକ୍ଷ ଟଙ୍କା ପାଣି ପାଇଁ ଅନୁଦାନ ପ୍ରଦାନ କରାଯାଇଥିବା  ଓ ମାସକ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶ କରିଛନ୍ତି। ରାୟଗଡା ରେ ଦୁଇ ଜଣ ଶିକ୍ଷକ ଙ୍କୁ ନୀଳମ୍ବିତ କରାଯାଇଥିବା ବେଳେ ଲକ୍ଷ୍ମୀପୁର ରେ ମଧ୍ୟ  ସଠିକ ଉତ୍ତର ଦେଇ ପାରିନଥିବା କିଛି ଶିକ୍ଷକ ଙ୍କୁ କୈଫତ ମଗାଯାଇଥିବା ଶ୍ରୀ ରନ୍ଧାରୀ କହିଛନ୍ତି।କମିଟିର ଏହି ଗସ୍ତ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ସୁଦେସ୍ନା ପ୍ରଧାନ,ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ ତାଣ୍ଡି,ପ୍ରକଳ୍ପ ନିର୍ଦେଶକ  ତପନ ନାୟକ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବତୋଷ ସ୍ୱାଇଁ, ଦୁର୍ଗା ପ୍ରସାଦ ହୋତା ଉପସ୍ଥିତ ଥିଲେ।ଏନେଇ ଲକ୍ଷ୍ମୀପୁର ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ  ଜଣକ ରାସ୍ତା କଡରେ ଥିବା ଓ ଚର୍ଚ୍ଚା ରେ ରହିଥିବା ପଞ୍ଚଡା  ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କୁ ଯିବାକୁ ନକହି ଅନ୍ୟ ବିଦ୍ୟାଳୟ କୁ ନେଲେ ତାହା ଚର୍ଚ୍ଚା ଜୋର ଧରିଛି।ଆଗରୁ ମିନାପାଇ ବିଦ୍ୟାଳୟ ଚକଚକ ହୋଇ ରହିଥିବା ବେଳେ ସେହି ବିଦ୍ୟାଳୟ କୁ ହିଁ ଅଧିକାରୀ ଆସିଲେ ଦେଖାଇବା ବ୍ୟବସ୍ଥା କରାଯାଉଛି ବୋଲି ଆଲୋଚନା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ