କଟକ: ରବିବାର ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ବାରବାଟୀରେ ଖେଳାଯିବ । ଏଥିପାଇଁ ଟିକେଟ୍ ବିକ୍ରି ସରିଛି । ଅନଲାଇନରେ ମାତ୍ର ଅଧ ଘଣ୍ଟାଏରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିବା ବେଳେ ଆସନ୍ତାକାଲି ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା । ଯାହା ଆଜି ବି ଚାଲିବାର ଥିଲା । ହେଲେ ଗତକାଲି ହିଁ ସମସ୍ତ ଅଫଲାଇନ୍ ଟିକେଟ୍ ବିକ୍ରି ହୋଇଯାଇଥିବା କୁହାଯାଇ କାଉଣ୍ଟ ବନ୍ଦ କରି ଦିଆଗଲା । ଏପରିକି ଆଜି ଟିକେଟ୍ ବିକ୍ରି କରାଯିବନି ବୋଲି ଘୋଷଣା କରାଇଥିଲେ ବି କାଉଣ୍ଟର ଆଗରେ ହଜାର ହଜାର ଲୋକ ଲାଇନରେ ରହିଛନ୍ତି କାଳେ ପୁଣି ବିକ୍ରି ଆରମ୍ଭ ହେବ ଆଶାରେ ।
ଏହାରି ଭିତରେ ଟିକେଟ୍ ବିକ୍ରିରେ ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ଉଠିବାରେ ଲାଗିଛି । କାରଣ କ୍ରିକେଟ୍ କ୍ରେଜ୍ ଅଧିକ ଥିଲେ ବି ହଠାତ ଏତେ ଶୀଘ୍ର ଟିକେଟ୍ ସରିଯିବା ଓ ବିକ୍ରି ପାଇଁ ଏତେ କମ ଟିକେଟ୍ ରଖାଯିବାକୁ ନେି ପ୍ରଶ୍ନ ଉଠିବାରେ ଲାଗିଛି । ଟିକେଟ୍ ଗୋଟେ ପାଇଁ ଲୋକେ ବାରବାଟୀ ଷ୍ଟାଡିୟମ ଟିକେଟ୍ କାଉଣ୍ଟର ଆଗରେ ତିନି ଦିନି ହେବ ଲାଇନରେ ଛିଡ଼ା ହୋଇ ଟିକେଟ ପାଉ ନଥିବା ବେଳେ ଏପଟେ ବ୍ଲାକରେ ଟିକେଟ୍ ବିକ୍ରି ହେଉଛି । ଫେସବୁକ୍ ଓ ଓଏଲଏକ୍ସରେ ଟିକେଟ୍ ବିକ୍ରି ପାଇଁ ବିଜ୍ଞାପନ ଛଡ଼ାଯାଇଛି । ଆଉ ଟିକେଟର ମୂଲ୍ୟ ବହୁତ ଅଧିକ ରହିଛି । ଫେକବୁକ ଓ ଓଏଲଏକ୍ସରେ କିଛି ଲୋକ ଏହାର ବିଜ୍ଞାପନ ଦେଇ ଚଢ଼ା ଦର ରଖିଛନ୍ତି । ଯାହାର ଦରକାର, ଅଧିକ ଟଙ୍କା ଦେଲେ ସେମାନେ ଟିକେଟ ପାଇ ପାରିବେ ବୋଲି କୁହାଯାଇଛି ।