Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ଫୁଡ କମିଶନରଙ୍କ ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର ୦୬/୦୨
ରାଜ୍ୟ ଫୁଡ କମିଶନର ଦୟା ନିଧି ଦାସ,ଫୁଡ କମିଶନ ସଦସ୍ୟ ଅକ୍ଷୟ କୁମାର ବେହେରା ଆଜି ଲକ୍ଷ୍ମୀପୁର ଅଭିମୁଖେ ଆସି ପ୍ରଥମେ କିନ୍ଦ୍ରି ମାଳିଗୁଡା ଫାର୍ମ ରେ ପହଞ୍ଚି କଫି ଚାଷ ଦେଖି କଫି ପିଇ ଚାଷୀଙ୍କ ସହ ଆଲୋଚନା କରି ପଞ୍ଚଡ଼ା ହାଇସ୍କୁଲରେ ପହଞ୍ଚି ଥିଲେ। ସେଠାରେ ସବୁ କିଛି ବୁଲି ଦେଖି ହାଇସ୍କୁଲ କତୃପକ୍ଷ ଙ୍କ ସହ ବିଭିନ୍ନ ବିସୟରେ ପଚାରି ବୁଝି କାକିରିଗୁମା ଅଭିମୁଖେ ବାହାରିଥିଲେ। କାକିରିଗୁମା କସ୍ତୁରବା ଗାନ୍ଧୀ ବିଦ୍ୟାଳୟକୁ ଯାଇଥିଲେ,ସେଠାରେ ସବୁକିଛି ପରଖିବା ପରେ ଜିଲ୍ଲାର ଏକ ନମ୍ବର ପ୍ରାପ୍ତ ଡୁମୁରିପଦର ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ।ଡୁମୁରିପଦର ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ଖୁସି ବ୍ୟକ୍ତ କରିଥିଲେ।ପରେ ସେଠାରୁ ବାହାରି ସିଧା ଲକ୍ଷ୍ମୀପୁର ସ୍ଥିତ ଛତୁଆ ସେଣ୍ଟରରେ ପହଞ୍ଚି ଥିଲେ।ଛତୁଆ ସେଣ୍ଟର ରେ କାମ କରୁଥିବା ସ୍ୱୟଂ ସହାୟକ ମହିଳା ମାନଙ୍କୁ ଛତୁଆ ତିଆରି ପ୍ରଣାଳୀ ବିଷୟରେ ପଚାରିଥିଲେ।ପରେ ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ମଧ୍ୟାହ୍ନ ଭୋଜନ ସାରି ସିଧା କୁଟୁନିପଦର ବାହାରିଥିଲେ।ଏନେଇ କମିସନର ଙ୍କୁ ପଚାରି ବାରୁ ଆମେ ବ୍ଲକର ଯେତିକି ସ୍ଥାନ ପରିଭ୍ରମଣ କଲୁ ସେଠାରେ ଯାହା ଯାହା ଦେଖିଲୁ ତାହା ରାଜ୍ୟ ସରକାରଙ୍କ ପାଖେ ଉପସ୍ଥାପନା କରିବୁ ବାକି ରାଜ୍ୟ ସରକାର ଆମ ରିପୋର୍ଟ ଦେଖି ଯାହା ପଦକ୍ଷେପ ଗ୍ରହଣ କରିବେ ତାହା ତାଙ୍କ ହାତରେ ବୋଲି କହିଥିଲେ। ଫୁଡ କମିଶନ ଙ୍କ ଗସ୍ତ ଗୋଟାଏ ଦିନ ପୂର୍ବରୁ ଜଣା ପଡିଥିବା କାରଣରୁ ପ୍ରାୟ ଅଧିକାଂଶ ସ୍ଥାନରେ ଚକା ଚକ କରି ପୂର୍ବ ପ୍ରସ୍ତୁତି ହୋଇଯାଇଥିବା ଦେଖିବାକୁ ମିଳିଥିଲା।ତାଙ୍କର ଏହି ଗସ୍ତ ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ଡ଼.ସର୍ବେଶ୍ୱର ନାୟକ, ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ,ଡ଼ିଏସଡବ୍ଲୁଓ ପୁଷ୍ପାଞ୍ଜଳି ପଟନାୟକ,ବ୍ଲକ ଯୋଗାଣ ଅଧିକାରୀ ଆଦିତ୍ୟ ପ୍ରସାଦ ନାୟକ,ଓଡିଶା ଜୀବିକା ମିଶନ କୋଡିନେଟର ପ୍ରକାଶ ସେଠି ଓ ସିଡିପିଓ ପାର୍ବତୀ ଆଚାର୍ଯ୍ୟ , ଏବିଇ ଓ ବିଭୁତି ଭୂଷଣ ଟାକ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ