Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯନ୍ତ୍ରୀଙ୍କ ଠୁ ଲାଞ୍ଚ ନେଇ ଦୁଇ ଥାନାରେ ଅଟକ ସୂଚନା ଅଧିକାର ନିୟମ ଆଧାର ଓ ନକ୍ସଲ ନାଁ ରେ ମାଗୁଥିଲେ ବଟି…

ଲକ୍ଷ୍ମୀପୁର…କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ  ର କନିଷ୍ଠ ଯନ୍ତ୍ରୀ ସତେନ୍ଦ୍ର ଦତ୍ତ ଙ୍କୁ ଠାରୁ ଧମକ ଦେଇ ୪୦ ହଜାର ଟଙ୍କା ନେଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି ଦୁଇଜଣ।ଦୁଇଜଣଙ୍କୁ ନାରାୟଣପାଟଣା ପୋଲିସ ଅଟକ ରଖି ପଚରା ଉଚୁରା କରୁଛି। ଅଟକ ଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଓ ଅନ୍ୟ ଜଣେ ଅବସର ପ୍ରାପ୍ତ ଶିକ୍ଷକ ବୋଲି ଜଣା ପଡିଛି।ଏନେଇ ପୋଲିସ  ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ କୌଣସି ତଥ୍ୟ  ଆସି ପାରି ନଥିବା ବେଳେ ଯନ୍ତ୍ରୀ ଜଣକ କେଉଁ କାମ ପାଇଁ ଏତେ ଟଙ୍କା ଦେଉଥିଲେ ତାହା ଜଣା ପଡି ନାହିଁ।ଅଟକ ଦୁଇଜଣ ହେଲେ ବନ୍ଧୁଗାଁ ବ୍ଲକର ଜି.ଭି.ଆର୍ ପଟନାୟକ ଓ ଭି.ଦେବ କିଶୋର ପଟ୍ଟନାୟକ।ଏ ଦୁହେଁ
ଆରଟିଆଇ ସୂଚନା ଅଧିକାର ନିୟମ ରେ  ବିଭିନ୍ନ ସରକାରୀ ଅନୁଷ୍ଠାନ ର କର୍ମଚାରୀ ଓ ଆଶ୍ରମ ବିଦ୍ୟାଳୟର ଶିକ୍ଷକ,ଯନ୍ତ୍ରୀ ମାନଙ୍କ ଠୁ ଲକ୍ଷ ଲକ୍ଷ ଟଙ୍କା ଲୁଟିବା ସହ ନକ୍ସଲ ନାମରେ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ।ଏମାନଙ୍କ ସହ ଆହୁରି ଅନେକ ବ୍ୟକ୍ତି ଥିବା ଅନୁମାନ କରି ପୋଲିସ ତଦନ୍ତ ଚଳାଇଥିବା ଜଣା ପଡିଛି।ବର୍ତମାନ ଏଇ ଦୁହେଁ ପଇସା ନେଉଥିବା ଏକ ଭିଡିଓ ମଧ୍ୟ ଭାଇ ରାଲ ହେବାରେ ଲାଗିଛି। ଅପର ପଟେ ଯନ୍ତ୍ରୀ ଜଣକ ମଧ୍ୟ ତାଙ୍କୁ କଣ ପାଇଁ ଟଙ୍କା ଦେଉଥିଲେ,ଏହା ପୂର୍ବରୁ ଆଉ କିଏ କିଏ ଟଙ୍କା ଦେଇଛନ୍ତି ତାହା ମଧ୍ୟ ତଦନ୍ତ ପରିସରକୁ ଆସିବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ