Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକଶିତ ଓଡ଼ିଶା,ବଦଳିବ ଗ୍ରାମାଞ୍ଚଳ ରୂପରେଖ ।

ଅସ୍ତରଙ୍ଗ୬/୨ -ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ମୁଖ୍ୟମନ୍ତ୍ରୀଙ୍କ ଅବିଭାଷଣ ଶୁଣିବାକୁ ଅସ୍ତରଙ୍ଗରେ ହଜାରହଜାର ଲୋକ ଯୋଗ ଦେଇଥିଲେ | ରାଜ୍ୟସ୍ତରୀୟ ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦେଖିବାକୁ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ୍ ପରିସରରେ ଏଲଇଡ଼ି ଲାଗିଥିଲା | ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିବାର ଦୃଶ୍ୟ ଉପସ୍ଥିତ ଜନସାଧାରଣ ଆଭାସୀ ମାଧ୍ୟମରେ ଦେଖିଥିଲେ | ବିକଶିତ ଓଡିଶା ର ଉଦ୍ଧେଶ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସହିତ ବିବିଧ ଜନକଲ୍ୟାଣ କାର୍ଯ୍ୟ ରେ ଗ୍ରାମାଞ୍ଚଳ ର ଉନ୍ନତି କରିବା, ଭିନ୍ନ ଭିନ୍ନ ପର୍ଯ୍ୟାୟ ରେ ଗ୍ରାମ ପରିବେଶ ରେ ପୋଖରୀ, ନଦୀ, କ୍ରୀଡା ଭୂମି, ମନୋରଞ୍ଜନ ପାର୍କ,ପୁରାତନ ମଠ ମନ୍ଦିର ର ବିକାଶ କରି ଏହାକୁ ଏକ ଭିନ୍ନ ରୂପରେଖ ଦେବା ସହିତ, ପ୍ରତ୍ୟେକ ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟସେବା ରେ ଉନ୍ନତି ଆଣିବା ଆଉ ପକ୍କା ସଡ଼କ ନିର୍ମାଣ କରିବା କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆରତୀ ନାଏକ,ଉପାଧ୍ୟକ୍ଷ ଦୁର୍ଯ୍ୟୋୟ ମିଶ୍ର,ବିଡ଼ିଓ ସସ୍ମିତା ବେହେରା,ପୂର୍ବତ୍ତନ ବିଧାୟକ ବାଇଧର ମଳିକ, ଯୁବ ବିଜେପି ନେତା ଶ୍ରୀଯୁକ୍ତ ଦିବାକର ଛାଟୋଇ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଯୋଗଦେଇଥିଲେ l ଯୋଜନାର ଶୁଭାରମ୍ଭ ବେଳେ ଉପସ୍ଥିତ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିଲେ, ଉପସ୍ଥିତ ଥିବା ୧୫ ଗୋଟି ପଞ୍ଚାୟତ ର ଶତାଧିକ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟମାନେ ହୁଳହୁଳି ପକାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ