ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀଙ୍କୁ ମିଳିବ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ


ଭୁବନେଶ୍ବର: ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ବିଷୟ ଆଲୋଚନା ହୋଇଥିବା ବେଳେ ପେନସନ ସ୍କିମକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବାକୁ ସୁନିଶ୍ଚିତ କରିଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, କେନ୍ଦ୍ର କ୍ୟାବିନେଟ ୟୁନିଫଆଡ ପେନସନ ଯୋଜନାକୁ ଅନୁମୋଦିତ କରିଛନ୍ତି । ୨୦୨୫ ପହିଲାରୁ ଏହା କାର୍ଯ୍ୟକାରୀ ହେବାର ଅଛି । ଓଡ଼ିଶା ସରକାର ମଧ୍ୟ ଏହି ଯୋଜନାକୁ ସରକାରୀ କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୁନିଶ୍ଚିତ ପେନସନ୍, ପାରିବାରିକ ପେନସନ୍, ମୁଦ୍ରାସ୍ଫିତି ଆଦି ବିଭିନ୍ନ ପ୍ରସଙ୍ଗ ଓ ସଙ୍ଗଠନର ଦାବିକୁ ଦୃଷ୍ଟିରେ ରଖି ୟୁନିଫାଏଡ୍ ପେନସନ୍ ସ୍କିମକୁ କେନ୍ଦ୍ର ପକ୍ଷରୁ ମଞ୍ଜୁରୀ ମିଳିଛି ।

ଓଡିଶା ସରକାର ମଧ୍ୟ ୟୁନିଫାଏଡ୍ ପେନସନ୍ ସ୍କିମ୍ ପାଇଁ ଓଡିଶାକୁ ସହମତି ପ୍ରଦାନ କରିଛନ୍ତି । ଯେଉଁ ସରକାରୀ କର୍ମଚାରୀମାନେ ଏନପିଏସ୍ ବା ନ୍ୟାସନାଲ ପେନସନ୍ ସ୍କିମରେ ପେନସନ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେମାନଙ୍କ ପାଇଁ ୟୁନିଫାଏଡ୍ ପେନସନ୍ ସ୍କିମ ଲାଗୁ ହେବ ।