Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଛ କୋଟି ଟଙ୍କା ରେ ନିର୍ମିତ ହେବ ଅତ୍ୟାଧୁନିକ ବସ ଷ୍ଟାଣ୍ଡ, ଭୂମିପୂଜନ କଲେ ବିଧାୟକ

ଲକ୍ଷ୍ମୀପୁର ରେ ଛ କୋଟି ଟଙ୍କା ରେ ନିର୍ମିତ ହେବ ଅତ୍ୟାଧୁନିକ ବସ ଷ୍ଟାଣ୍ଡ, ଭୂମିପୂଜନ କଲେ ବିଧାୟକ..
ଲକ୍ଷ୍ମୀପୁର ୦୮/୦୨ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର  ବ୍ଳକ ସଦର ମହକୁମା ରେ  ରାଜ୍ୟ ସରକାର ଙ୍କ ଦ୍ୱାରା ଛ କୋଟି ଟଙ୍କାରେ ନିର୍ମିତ ହେବ ଏକ ଅତ୍ୟାଧୁନିକ ବସ ଷ୍ଟାଣ୍ଡ। ବସ ଷ୍ଟାଣ୍ଡ  ସକାଶେ ଦେଢ଼ ଏକର ପରିମିତ ଜମି ପ୍ରଦାନ କରାଯାଇଥିବା ବେଳେ ବିଧାୟକ ପବିତ୍ର ସାଉଁତା ଭୂମି ପୂଜନ କରାଯାଇଛି । ବିଧାୟକ ଙ୍କୁ ଆଜି ବାଜା ବାଜଣା ସହ  ଏକ ବିରାଟ ପଟୁଆର ରେ  ସ୍ୱାଗତ କରାଯିବା ପରେ  ଭୂମି ପୂଜନ ସ୍ଥାନରେ ପୁରୋହିତ ଦ୍ୱାରା ହୋମ ଯଜ୍ଞ  କରାଯାଇ କାର୍ଯ୍ୟ ର ଶୁଭାରମ୍ଭ କରାଯାଇଥିଲା ।ଦୀର୍ଘ  ୭ ବର୍ଷ ତଳେ ଏହି ବସ ଷ୍ଟାଣ୍ଡ ନିର୍ମାଣ ସକାଶେ ପୂର୍ବତନ ସରକାର ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା, କିନ୍ତୁ ସରକାରୀ ବାବୁ ହୁଅନ୍ତୁ କି ସ୍ଥାନୀୟ ନେତା ଙ୍କ ଆନ୍ତରିକତା ର ଅଭାବ ହେଉ, ଉଭୟ  ଙ୍କ ଭୁଲ ଯୋଗୁଁ ଦୀର୍ଘ ୭ ବର୍ଷ ଧରି ପାଚେରୀ ରେ ସୀମିତ ହୋଇ ଅଟକି ରହିଥିବା କାର୍ଯ୍ୟ ହେବାକୁ ଯାଉଛି, ଏନେଇଁ ବିଧାନସଭା ରେ ଉପସ୍ଥାପନା କରିବା ପରେ ବର୍ଦ୍ଧିତ ଦର ରେ ସରକାର ରାଜି ହୋଇ ଅଧିକ ଟଙ୍କା ପ୍ରଦାନ କରାଯାଇଥିବା ବିଧାୟକ କହିଛନ୍ତି।ନୂଆ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ  ବର୍ଷକ ମଧ୍ୟରେ ସମାପ୍ତ ହେବା ସକାଶେ ଠିକାଦାର ଙ୍କୁ ନିର୍ଦେଶ ଦିଆ ଯାଇଥିବା ବେଳେ,ବସ ଷ୍ଟାଣ୍ଡ ରେ ଯାତ୍ରୀ ଙ୍କ ର ସୁବିଧା ପାଈଁ ଯାତ୍ରୀ ବିଶ୍ରାମଗାର, ଶୌଚାଳୟ, ପିଇବା ପାଣିର ସୁବିଧା, ଡ୍ରାଇଭର ଙ୍କ ବିଶ୍ରାମ ଗୃହ, ଅତ୍ୟାଧୁନିକ  ଟିକଟ କାଉଣ୍ଟର, ମାର୍କେଟ କମ୍ପ୍ଲେକ୍ସ,ବସ ପାର୍କିଙ୍ଗ ର ବ୍ୟବସ୍ଥା ସହ ବସ ଧୋଇବା ସକାଶେ  ସ୍ୱତନ୍ତ୍ର ୱାଟର ସର୍ଭିସିଂ ସେଣ୍ଟର ଭଳି ଅନେକ କାର୍ଯ୍ୟ କରାଯିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି।  ବସ ଷ୍ଟାଣ୍ଡ ନିର୍ମାଣ ରେ ଯେତିକି ସରକାରୀ ଜମି ଅଛି, ଇଞ୍ଚେ ଟିଏ ମଧ୍ୟ ନଛାଡି, ପୁଣି ଆବଶ୍ୟକ ପଡିଲେ ତହସିଲ ବିଭାଗ ର ସହଯୋଗ ନେଇଁ ଜବରଦଖଲ ଉଠାଇ, ଓ ପୁରୁଣା ପାଚେରୀ ଭାଙ୍ଗି ଆବଶ୍ୟକ ସ୍ଥଳେ ପାଚେରୀ ସେପଟେ ଜମି ଥିଲେ ସେହି ଜମିରେ କାର୍ଯ୍ୟ କରିବା କୁ ଠିକାଦାର ଙ୍କୁ ନିର୍ଦେଶ ଦେଇଛନ୍ତି ବିଧାୟକ ପବିତ୍ର ସାଉଁତା।ଭୂମି ପୂଜନ କାର୍ଯ୍ୟରେ ବିଧାୟକ ଙ୍କ ସହ ସାଂସଦ ପ୍ରତିନିଧି କୈଳାସ ଖସଲା, ଜିଲ୍ଲାପରିଷଦ ସଭ୍ୟା ପିଙ୍କି ହିମେରିକା, ଯୁବ ନେତା ମଣ୍ଟି ଖରା, ରାଜ୍ୟ ପରିବହନ ଅତିରିକ୍ତ ମ୍ୟାନେଜର ପ୍ରକାଶ କୁମାର ନାୟକ, ପୋଲିସ ହାଉସିଂ ବୋର୍ଡ ପ୍ରକଳ୍ପ ମ୍ୟାନେଜେର ଗୌରାଙ୍ଗ ଜେନା ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।