Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ୍ୟପ କୁ ମାରି ପୋତିଦେଲେ, ସ୍ତ୍ରୀ, ପୁଅ ଓ ଜ୍ୱାଇଁ, ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ମାଟି ପୋତା ଶବ ଉଦ୍ଧାର,ଆମପାଣି ପୁଲିସ ର ତଦନ୍ତ ଜାରି।

କଳାହାଣ୍ଡି:୦୮/୦୨(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଗ୍ରାମ ରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ମୁନୁଗାପଦର ଗ୍ରାମ ର ଯଦୁ ଦଳପତି ଙ୍କୁ ତାଙ୍କ ପରିବାର ନିଜର ସ୍ତ୍ରୀ ରୁକ୍ମଣୀ ଦଳପତି ଦୁଇ ପୁଅ ଧନେଶ୍ୱର ଦଳପତି ଓ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗ ମୃତ୍ୟୁ ପରେ ଘର ବାରି ରେ ପୋତି ଦେଇଥିବା ଅଭିଯୋଗ ପରେ ଆମପାଣି ପୁଲିସ ଶନିବାର ସକାଳେ ଖବର ପାଇ ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ମୃତକ ଙ୍କ ସ୍ତ୍ରୀ ରୁକ୍ମଣୀ ଦଳପତି, ସାନ ପୁଅ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗ କୁ ଥାନା କୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ବଡ଼ପୁଅ ଧନେଶ୍ୱର ଦଳପତି ଫେରାର ଥିବା ପୁଲିସ ସୂତ୍ରରୁ ଖବର ମିଳିଛି। ଅନ୍ୟପଟେ ପରିବାର ଲୋକେ ଜ୍ଞାତି କୁତୁମ୍ଭ କିମ୍ବା ଗ୍ରାମବାସୀ କାହାକୁ ନ ଜଣାଇ ଘର ବାରି ରେ ନେଇ ପୋତି ଦେଇଥିବା ବେଳେ ବଡ଼ପୁଅ ଫେରାର ଘଟଣା କୁ ନେଇ ଏହା ଏକ ହତ୍ୟାକାଣ୍ଡ ବୋଳି ସନ୍ଦେହ ପ୍ରକଟ କରି ପୁଲିସ ଘଟଣା ର ତଦନ୍ତ ପାଇଁ ମୃତକ ଙ୍କ ସ୍ତ୍ରୀରୁକ୍ମଣୀ ଦଳପତି, ସାନ ପୁଅ ଫକୀର ଦଳପତି ଓ ଜ୍ୱାଇଁ କ୍ଷୀରସିନ୍ଧୁ ନାଗ କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣା ନେଇ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଉପଖଣ୍ଡ ପୁଲିସ ଅଧିକାରୀ ଙ୍କୁ ଖବର ଦେବାପରେ ସନ୍ଧ୍ୟାରେ ଧର୍ମଗଡ଼ ଏସଡ଼ିପିଓ ମନୋଜ କୁମାର ବେହେରା ଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟ ଦାଇତ୍ଵ ରେ ସ୍ଥାନୀୟ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ,।କୋକସରା ଏସଆଇ ହେମନ୍ତ ପାତ୍ର, ଡାକ୍ତର ଦେବେନ୍ଦ୍ର ମାଝୀ ଙ୍କ ଉପସ୍ଥିତି ରେ ଘର ବାରି ରେ ଶବ ପୋତା ହୋଇଥିବା ସ୍ଥାନରେ ପହଞ୍ଚି ଶବ କୁ ମାଟି ତଳୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ତଦନ୍ତ ଜାରି ରଖିଛନ୍ତି। ତେବେ ମୃତ୍ୟୁ ର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ପୁଲିସ ପକ୍ଷରୁ ମିଳିନାହିଁ। ଆମପାଣି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ତଦନ୍ତ ପରେ ସବିଶେଷ ସୂଚନା ଦିଆଯିବ ବୋଳି ଏସଡ଼ିପିଇଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି।ସ୍ଥାନୀୟ ଗ୍ରାମବାସୀ ଙ୍କ କହିବା ଅନୁସାରେ ଯଦୁ ଦଳପତି ଜଣେ ମଦ୍ୟପ,ଅନେକ ସମୟରେ ମଦ ପିଅ ଗଣ୍ଡଗୋଳ କରୁଥିଲା, କୌଣସି କାରଣରୁ ଶୁକ୍ରବାର ରାତିରେ ଗଣ୍ଡଗୋଳ ହେବାରୁ ହୁଏତ ତାକୁ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି।