Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଲପ ମଦ ବିକ୍ରି ଅଭିଯୋଗ ରେ ଦୁଇଜଣ ଙ୍କୁ କୋର୍ଟ ଚାଲାଣ

ଲକ୍ଷ୍ମୀପୁର ୧୧/୦୨ .. ଲକ୍ଷ୍ମୀପୁର ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇ ଜଣ ସଲପ ମଦ ଧରି କାକିରିଗୁମା ଅଞ୍ଚଳ କୁ ବିକ୍ରି କରିବାକୁ ଯାଉଥିବା ସମୟରେ ଧରା ପଡିଛନ୍ତି । ଧରା ପଡ଼ିଥିବା ଦୁଇଜଣ ଙ୍କ ମଧ୍ୟ ରେ ବୁର୍ଜା ଗାଁ ର ଜ୍ୟୋତିଷ ଖୋସଲା ଓ ସୁତିଗୁଡା ଗାଁ ର ରଂଜିତ ବାଘ ହୋଇଥିବା ବେଳେ ଜ୍ୟୋତିଷ ଠାରୁ ୧୦ ଲିଟର ଓ ରଂଜିତ ଠାରୁ ୧୫ ଲିଟର ଲେଖାଏଁ ସଲପ ମଦ ଜବତ କରାଯାଇଥିବା ଅବକାରୀ ସବ ଇନିସ୍ପେକଟର କୁଶ ଜାଲ ପ୍ରକାଶ କରିଛନ୍ତି। ଉଭୟ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉ ରେ ଏ ଏସ ଆଇ କମଳା କୁମାରୀ ମହାଙ୍କୁଡ଼ ଙ୍କ ସମେତ ଅବକାରୀ କର୍ମଚାରୀ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ