ଅସ୍ତରଙ୍ଗ, ଆସୁନି ୩ ଦିନ ରୁ ଅଧିକ ଭାରତ ସଂଚାର ନିଗମ ଲିମିଟେଡ଼ ର ସେବା l କେଉଁ କାରଣ ରୁ ୩ ଦିନ ହେବ ଅସ୍ତରଙ୍ଗ ଅଞ୍ଚଳ ରେ ହଜାର ହଜାର ଜନସାଧାରଣ ନାହି ନଥିବା ଅସୁବିଧା ର ସମ୍ମୁଖୀନ ହେଇଛନ୍ତି l ସାଧାରଣତଃ ବିଏସଏନଏଲ ନେଟୱର୍କ ଭାରତ ସରକାର ଙ୍କ ନେଟୱର୍କ ହେଇଥିବା ବେଳେ ଏହି ସଂଯୋଗିକରଣ ପାଇଁ ସରକାର ଙ୍କ ରାଜସ୍ୱ ବିଭାଗ, ବ୍ଲକ, ଜାତୀୟ କରଣ ବ୍ୟାଙ୍କ ଆଦି ଙ୍କର ସମସ୍ତ କର୍ଯ୍ୟ ଅନୁଷ୍ଠିତ ହୋଇ ଥାଏ । ମାତ୍ର ଏହି କେବୁଲ କେଉଁଠି ଖରାପ ହୋଇଥିଲା ଆଜକୁ ୩ ଦିନ ହେବ ଏ ବାବଦରେ ସବୁ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ଅଜ୍ଞାତ ରହିଛି .l ଯେଉଁ ବିଭାଗ କୁ ଗଲେ ସମସ୍ତ ଙ୍କ ମୁହଁ ରେ ଗୋଟେ କଥା ଜେ, ବି ଏସ ଏନ୍ ଏଲ ର ନେଟ ନାହିଁ । ଦୂର ଦୁରାନ୍ତରୁ ନିଜ ବ୍ୟସ୍ତ ବହୁଳ କାମ ଭିତରୁ ସମୟ ବାହାର କରି ଲୋକ ଆସିଲେ ଆଉ ନିରାଶ ହୋଇ ଘରକୁ ଫେରିଲେ । ବିଭାଗର ଏହି ଦୃଶ୍ୟ ଦେଖି ବିଭାଗୀୟ କର୍ମାଚାରୀ ମାନେ ନିରବଦ୍ରଷ୍ଟା ସାଜି ଥିବା ବେଳେ, କିପରି କାର୍ଯ୍ୟକ୍ଷମ ହେବ ସେ ବିଷୟ ରେ କାହାର ନିଘା ନାହିଁ । ସତେ ଯେପରି ପରିସ୍ଥିତି ସୃଷ୍ଟି ହେଲା ଲାଗୁଥିଲା ସରକାରୀ କର୍ମଚାରୀ ସମ୍ପୂର୍ଣ୍ଣ କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଯାଇଛନ୍ତି ।
ଅନ୍ୟ ନେଟୱର୍କ ମାଧ୍ୟମ ରେ ମୋବାଇଲ ଦ୍ୱାରା ଯାହା କିଛି ଅଳ୍ପ କାର୍ଯ୍ୟ କରାଯାଇଛି ମାତ୍ର ଲୋକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସବୁ ଅଚଳ । ଶୁଣିବାକୁ ମିଳିଲା କେଉଁ କାରଣ ରୁ ଏହି ବିଏସଏନଏଲ ନେଟୱର୍କ କେବୁଲ ସଂଯୋଗ କଟିଯାଇଚି, ଯଦି ଏହି ଅବ୍ୟବସ୍ଥା ଥିଲା ତାହେଲେ ଏହି କେବୁଲ ଯନ୍ତ୍ରୀ କାହିଁକି ପଦକ୍ଷେପ ତୁରନ୍ତ ଗ୍ରହଣ କରୁନଥିଲେ । ଏବେ ବିଭିନ୍ନ ପ୍ରକାର ରାଜସ୍ୱ କାର୍ଯ୍ୟକ୍ରମ ଯଥା ଘରବାଡି ପଟ୍ଟା, ଅନେକ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ର ଭିନ୍ନ ଭିନ୍ନ ପରିଚୟ ର କାଗଜପତ୍ର ସବୁ ପାଇବାକୁ ଥିବା ବେଳେ ଏହି କେବୁଲ ନେଟୱର୍କ ସଂଯୋଗ ନଥିବାରୁ ବାରମ୍ବାର ଆସି ତହସିଲ ରୁ ସେମାନକୂ ଫେରିବାକୁ ପଡିଛି, ଯାହାଦ୍ୱାରା ଲୋକ ମାନେ ଏହି କାରଣ ରୁ ହନ୍ତସନ୍ତ ହୋଇଛନ୍ତି । ଏ ବାବଦରେ ଆମେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତ୍ତି ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ଏହି ସମସ୍ୟା ବିଏସଏନ୍ଏଲ ର । ସଂଯୋଗୀକରଣ ନଥିବାରୁ ଏହି ପରି ସମସ୍ୟା ସୃଷ୍ଠି ହେଉଛି, ତେଣୁକରି ଆମେ ଏ ବାବଦରେ କିଛି କରିପାରିବୁନାହି । ତାହେଲେ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ଏହି ସମସ୍ୟା ୩ ଦିନ ହେବ ଲାଗିରହିଥିଲା ତାହେଲେ କାହିଁକି ଅଧିକାରୀ ମାନେ ନିଜ ଜିଲ୍ଲା ଉଚ୍ଚପଦସ୍ତ ଅଧିକାରୀ ଙ୍କୁ ଏ ବାବଦରେ ଜଣାଇ ସମସ୍ୟା ର ସମାଧାନ କରିବାକୁ ବାଟ ବାହାର କରୁନଥିଲେ ।ଏହି ସମସ୍ୟା ପାଇଁ ସାଧାରଣ ଲୋକ ଯେଉଁ ଅସୁବିଧା ର ସମ୍ମୁଖୀନ ହେଲେ ତାହାଲେ ଏଥିପାଇଁ ଦାୟୀ କିଏ?
ବି ଏସ ଏନ୍ ଏଲ,ଅସୁବିଧା ରେ ହତସନ୍ତ୍ ଅଞ୍ଚଳ ବାସି ।
