ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଦଳକୁ ଫେରି ଭାବବିହ୍ବଳ ହୋଇପଡ଼ିଛନ୍ତି ସୁର । ନିଜ ପ୍ରତିକ୍ରିୟା ରଖିଲା ବେଳେ କାନ୍ଦି ପକାଇଥିଲେ । ୯ ମାସ ପରେ ଦଳକୁ ଫେରିଛନ୍ତି ସୁର । ଦଳକୁ ଫେରିବା ପରେ ରାହୁଲ ଗାନ୍ଧୀ ଓ ଭକ୍ତ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୁର କହିଛନ୍ତି, ଘରକୁ ଫେରିଛି ବହୁତ ଖୁସି । ମୋତେ ଅନ୍ୟାୟରେ କାଢି ଦିଆଯାଇଥିଲା । କଂଗ୍ରେସ ଭବନ ମୋ ମନ୍ଦିର, ଏଠି ନେହେରୁଙ୍କୁ ମୁଁ ପୂଜା କରୁଥିଲି ।
ସେ ଆହୁରି କହିଛନ୍ତି, କଂଗ୍ରେସକୁ ଆମେ ଏକାଠି କରିବା । ରାହୁଲ ଗାନ୍ଧୀଙ୍କୁ ଆଗରେ ରଖି ଆମେ ମାଡି ଚାଲିବା । ଭକ୍ତ ଦାସଙ୍କୁ ପିସିସି କରି ବହୁତ ଭଲ କାମ କରିଛି ଏଆଇସିସି । ୯ ମାସ ଯନ୍ତ୍ରଣା ଭୋଗିଛି । ହେଲେ ସଂଗଠନ କେବେ ଛାଡିନି । ଲୋକଙ୍କ ସମ୍ପର୍କରେ ରହିଛି ରହିବ । ସେହିପରି ବଡ ପୁଅ, ସାନପୁଅଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ସୁର ।
ସୂଚନାଯୋଗ୍ୟ, ପିସିସି ସଭାପତି ହେବା ପରେ ଭକ୍ତ ଚରଣ ଦାସ ଦଳରୁ ବହିଷ୍କୃତ ଓ ନିଲମ୍ବିତ ହୋଇଥିବା ସମସ୍ତ ନେତାଙ୍କ ଉପରୁ ପ୍ରତ୍ୟାହାର ଆଦେଶ ଉଠାଇ ଦେଇଥିଲେ । ଏହାପରେ ସୁର କଂଗ୍ରେସରେ ପୁଣି ଥରେ ସାମିଲ ହୋଇଛନ୍ତି ।