Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଡାଟିଆ ଲୋକଙ୍କ ଦ୍ୱାରା ସିଜିମାଳି ଖଣି ଖନନ ଦାବି : ମଧ୍ଯସ୍ତ ସାଜିଥିବା ମୈତ୍ରୀ କମ୍ପାନୀ ହଟହଟା

କଳାହାଣ୍ଡି, ୧୫/୦୨-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସିଜିମାଳିରେ ଖଣି ଖନନକୁ ଜୋରଦାର ବିରୋଧ କରି ଆସୁଛନ୍ତି ସ୍ଥାନୀୟ ବାସିନ୍ଦା। ବିଭିନ୍ନ ସମୟରେ ଏହାକୁ ନେଇ ମଧ୍ଯସ୍ତ ସାଜିଥିବା ମୈତ୍ରୀ କମ୍ପାନୀର କର୍ମକର୍ତ୍ତା ଅପଦସ୍ତ ହୋଇଛନ୍ତି। କିନ୍ତୁ କିଛି ଦଲାଲଙ୍କୁ ହାତ କରି ଖଣି ସପକ୍ଷରେ ଜନମତ ସୃଷ୍ଟି କରିବାକୁ ବିଫଳ ପ୍ରଚେଷ୍ଟା ଜାରି ରଖିଛନ୍ତି। ଠିକ ଆଜି ସେପରି କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗାଡ଼ି ଦ୍ୱାରା ଭଡାରେ ଲୋକ ଆଣି ଭବାନୀପାଟଣାରେ ଖଣି ଖନନ ଦାବି ସପକ୍ଷରେ ଶୋଭାଯାତ୍ରା କରିଛନ୍ତି। ତେବେ ଜଣ ପିଛା ୪୦୦ରୁ ୫୦୦ ଟଙ୍କା ଦେଇ ଜିଲ୍ଲାର ବିଭିନ୍ନ ବ୍ଲକରୁ ଲୋକ ଆଣି ସ୍ଥାନୀୟ ଲୋକ ବୋଲି ଦେଖାଇବା, ମୈତ୍ରୀ କମ୍ପାନୀ ସ୍ୱାଗତମ ବୋଲି ନାରାବାଜି କରିବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସ୍ଥାନୀୟ ଲୋକେ ମୈତ୍ରୀ କମ୍ପାନୀକୁ ତୀବ୍ର ବିରୋଧ କରି ମୈତ୍ରୀ କମ୍ପାନୀ ଗୋ ବ୍ୟାକ ନାରା ଦେଉଥିବାବେଳେ ଆଜି ଭଡାରେ ଲୋକ ଆଣି ଖଣି ଖନନ ସପକ୍ଷରେ ଶୋଭାଯାତ୍ରା କରି ମୈତ୍ରୀ କମ୍ପାନୀ ବେଶ ହାସ୍ୟାସ୍ପଦ ହୋଇଛି। ଏପରିକି ତୃଣମୂଳ ସ୍ତରରେ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ କୂଳ କିନାରା ପାଉନଥିବା ଏହି କମ୍ପାନୀର ରାସ୍ତା ଏଥିଯୋଗୁଁ ଧିରେ ଧିରେ ବନ୍ଦ ହେବାକୁ ଯାଉଛି। ତେବେ ଲକ୍ଷଲକ୍ଷ ଟଙ୍କା ବିନିମୟରେ ଲୋକ ଭଡା ଆଣି ମୈତ୍ରୀ କମ୍ପାନୀ ଆଜି ଭବାନୀପାଟଣାରେ ଦାବିପତ୍ର ଦେବା ପରେ ବି ହଟହଟା ହେବା ସାର ହୋଇଛି। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଆଗାମୀ ଦିନରେ ବି ମୈତ୍ରୀ କମ୍ପାନୀ ପାଇଁ ରାସ୍ତା ଏତେ ସୁଗମ ନୁହେଁ ବୋଲି ଜିଲ୍ଲାରେ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ