Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ଼ିଏମୟୁ ଟ୍ରେନ ଧକାରେ ଯୁବକ ର ମୃତ୍ୟୁ l

ଲକ୍ଷ୍ମୀପୁର ୧୫/୦୨….ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୁସୁମଗୁଡା ଗାଁ ନିକଟସ୍ତ ରେଳ ଲାଇନରେ ଟ୍ରେନ ଧକାରେ ଜଣଙ୍କର ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତିଜଣକ ହେଲେ ସୀମା ମୁଦୁଲି, ୪୫ବର୍ଷ l ମୃତକ କୁସୁମଗୁଡା ପଞ୍ଚାୟତର କୁଚପାର ଗ୍ରାମର ବୋଲି ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି ଏକ କାମରେ ଟ୍ରେନ ଲାଇନ ପାର କରି ଯାଉଥିଲେ, କିନ୍ତୁଦୁର୍ଭାଗ୍ୟ ବଶତଃ ଡିଏମୟୁ ଯାତ୍ରୀବାହି ଟ୍ରେନ ତାଙ୍କୁ ଧକା ଦେଇଥିଲା l ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି। ତାଙ୍କର ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି l ବିଧବା ହୋଇଯାଇଛନ୍ତି ମୃତ ବ୍ୟକ୍ତିଙ୍କର ପତ୍ନୀ l ଦୁଇ ଛୁଆଙ୍କ ସହିତ ସେ କେମିତି ବଞ୍ଚିବେ l ଚିନ୍ତାରେ ପଡିଯାଇଛନ୍ତି l ସ୍ୱାମୀ କୁଲିଭୁତି କରି ପରିବାର ପ୍ରତିପୋଷଣା କରୁଥିଲେ l ଏବେ ଦୁଇ ଛୁଆଙ୍କୁ ଧରି ସେ ଭାଙ୍ଗିପଡିଛନ୍ତି l ଏହି ଦୁଃଖଦ ଖବର ଶୁଣି ଗାଁରେ ଶୋକର ଛାୟା ଖେଳିଯାଇଛି, ବିଧବା ପତ୍ନୀ ଙ୍କୁ ସରକାର ଙ୍କ ଦ୍ୱାରା ସାହାଯ୍ୟ କରିବା ସକାଶେ ଗ୍ରାମବାସୀ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories