ଡ଼ିଏମୟୁ ଟ୍ରେନ ଧକାରେ ଯୁବକ ର ମୃତ୍ୟୁ l


ଲକ୍ଷ୍ମୀପୁର ୧୫/୦୨….ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୁସୁମଗୁଡା ଗାଁ ନିକଟସ୍ତ ରେଳ ଲାଇନରେ ଟ୍ରେନ ଧକାରେ ଜଣଙ୍କର ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତିଜଣକ ହେଲେ ସୀମା ମୁଦୁଲି, ୪୫ବର୍ଷ l ମୃତକ କୁସୁମଗୁଡା ପଞ୍ଚାୟତର କୁଚପାର ଗ୍ରାମର ବୋଲି ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଜଣକ କୌଣସି ଏକ କାମରେ ଟ୍ରେନ ଲାଇନ ପାର କରି ଯାଉଥିଲେ, କିନ୍ତୁଦୁର୍ଭାଗ୍ୟ ବଶତଃ ଡିଏମୟୁ ଯାତ୍ରୀବାହି ଟ୍ରେନ ତାଙ୍କୁ ଧକା ଦେଇଥିଲା l ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିବା ସୂଚନା ମିଳିଛି। ତାଙ୍କର ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି l ବିଧବା ହୋଇଯାଇଛନ୍ତି ମୃତ ବ୍ୟକ୍ତିଙ୍କର ପତ୍ନୀ l ଦୁଇ ଛୁଆଙ୍କ ସହିତ ସେ କେମିତି ବଞ୍ଚିବେ l ଚିନ୍ତାରେ ପଡିଯାଇଛନ୍ତି l ସ୍ୱାମୀ କୁଲିଭୁତି କରି ପରିବାର ପ୍ରତିପୋଷଣା କରୁଥିଲେ l ଏବେ ଦୁଇ ଛୁଆଙ୍କୁ ଧରି ସେ ଭାଙ୍ଗିପଡିଛନ୍ତି l ଏହି ଦୁଃଖଦ ଖବର ଶୁଣି ଗାଁରେ ଶୋକର ଛାୟା ଖେଳିଯାଇଛି, ବିଧବା ପତ୍ନୀ ଙ୍କୁ ସରକାର ଙ୍କ ଦ୍ୱାରା ସାହାଯ୍ୟ କରିବା ସକାଶେ ଗ୍ରାମବାସୀ ଦାବୀ କରିଛନ୍ତି।