Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଇଓ ଙ୍କ ବଦଳି ପରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସମୂହ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି:୧୬/୦୨(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ରେ କାର୍ଯ୍ୟରତ ଥିବା ଗୋଷ୍ଠି ଶିକ୍ଷା ଅଧିକାରିଣୀ ସୁଶ୍ରୀ ରଶ୍ମିତା ନେତମ ଙ୍କୁ ଅନ୍ୟତ୍ର ବଦଳି ହେବାପରେ ରବିବାର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସମୂହ ଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ଅବସରରେ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଙ୍କ ପରିଚଳନା ରେ ବିଆରସିସି ତୋଫାନ ମାଝୀ ଙ୍କ ସଭାପତିତ୍ୱ ରେ ବ୍ଲକ ଶିକ୍ଷା ବିଭାଗ ର ବିଭିନ୍ନ କେନ୍ଦ୍ର ସଂଯୋଜକ ସମୂହ ଉପସ୍ଥିତ ରହି ବିଇଓ ସୁଶ୍ରୀ ନେତମ ଙ୍କ କାର୍ଯ୍ୟକାଳ ମଧ୍ୟରେ ବ୍ଲକ ଶିକ୍ଷା ବିଭାଗ ରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀ ଙ୍କ ପ୍ରତିଭା ବିକାଶ କ୍ଷେତ୍ରରେ ଅନେକ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ସହିତ ଉତ୍ତମ ବୁଝାମଣା ଓ ସମ୍ପର୍କ ରଖି ବିଇଓ ବ୍ଲକ ରେ ଶିକ୍ଷା ର ପ୍ରଗତି ପାଇଁ ଅନବରତ ଚେଷ୍ଟା ଜାରି ରଖିଥିଲେ ବୋଳି ଉପସ୍ଥିତ ସଂଯୋଜକ ମାନେ ମତ ପ୍ରକାଶ କରିଥିଲେ। ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବିଇଓ ସୁଶ୍ରୀ ନେତମ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଚମ୍ପେଶ୍ୱର ନାଏକ,କେଦାରନାଥ ନାଏକ ଉମାଶଙ୍କର ଶତନାମୀ,ଈଶ୍ୱର ନାଏକ,ପ୍ରଶାନ୍ତ କୁମାର ଶବର,ଫାଳଗୁଣି ବାଣୁଆ,ଦିଲୀପ କୁମାର ସାହୁ, ଯତୀନ୍ଦ୍ର ମୋହନ ସାହୁ, ସଞ୍ଜୟ ପୁଝାରି, ସୁମନ୍ତ ପ୍ରସାଦ ଠାକୁର ପ୍ରମୁଖ କେନ୍ଦ୍ର ସଂଯୋଜକ ମାନେ ଉପସ୍ଥିତ ଥିଲେ।