ବେଳାଭୂମି ସାହିତ୍ୟ ସଂସଦ ର ଛ ପ୍ରତିଭା ସମ୍ମାନିତ ।


ଅସ୍ତରଙ୍ଗ,ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସଦ ତରଫରୁ,ଓଡ଼ିଶା ସଂସ୍କୃତି ସମାଜ ସମ୍ବଲପୁର ଠାରେ ଆୟୋଜିତ ହୋଇଥିବା ଦୁଇ ଦିନିଆ କବି ସମ୍ମିଳନୀ ଓ ଆଲୋଚନା ଚକ୍ର ରେ ବେଳାଭୂମି ସାହିତ୍ୟ ସଂସଦ ଅସ୍ତରଙ୍ଗ ର ଛ ଜଣ କବି ଓ କବୟିତ୍ରୀ ଭାଗ ନେଇ ଫେରିଥିବା ଜଣା ପଡୁଛି । ସେମାନେ ହେଲେ, ହୃଦାନନ୍ଦ ସାମମଲ୍,ସମ୍ପଦ ରଥ,ଆର୍ତ୍ତତ୍ରାଣ ମହାନ୍ତି, ଅଶୋକ ପରିଡ଼ା,କଳ୍ପନା ବିଶ୍ଵାଳ,ଓ ବେଳାଭୂମି ସାହିତ୍ୟ ସଂସଦ ର ସମ୍ପାଦକ ଦୁଃଶାସନ ନାୟକ ପ୍ରମୁଖ । ସମ୍ବଲପୁର ଗୋଲବଜାର ନିକଟ ଓଡ଼ିଶା ସଂସ୍କୃତି ସମାଜ ପରିଶରରେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ,ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ପୂର୍ବତନ ସୁପରିଟେଣ୍ଡଟ କେଶବ ରାଉତ,ଶିକ୍ଷାବିତ୍ ଶଶଧର ପଣ୍ଡା,ବ୍ୟଙ୍ଗ କବି,ସମ୍ପଦ ରଥ,ଚନ୍ଦ୍ର ଶେଖର ଶତପଥୀ,ନାରାୟଣ ସେନାପତି,ପ୍ରଦୀପ୍ତ କୁମାର ପଣ୍ଡା, ପ୍ରଭୁତି ଅତିଥି ଭାବେ ଯୋଗ ଦାନ କରି, ଭାଷା ବଞ୍ଚିଲେ ଜାତି ବଞ୍ଚିବ ଓ ସାହିତ୍ୟ ସମୃଦ୍ଧ ହେବ ବୋଲି ମତ ବ୍ୟକ୍ତ କରିବା ସହ, ରାଜ୍ୟର କଣ ଅନୁ କୋଣରେ, ଓଡ଼ିଆ ଭାଷା ଓ ସାହିତ୍ୟ ର ପ୍ରଚାର ପ୍ରସାର କିପରି ବ୍ୟାପକ କରାଯିବ ସେ ବିଷୟ ରେ ଆଲୋଚନା କରିଥିଲେ । ଶିକ୍ଷାବିତ୍ ଶଶଧର ପଣ୍ଡା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ଜିଲାରୁ ଆଶିଥିବା ୫୪ ଜଣ କବି କବୟିତ୍ରୀ,ଶିକ୍ଷାବିତ୍,ସମାଜସେବୀ ମାନଙ୍କୁ ତାଙ୍କର ଯୋଗ୍ୟତା ଅନୁଯାୟୀ ସମ୍ବର୍ଦ୍ଧିତ କରାଯାଇ ବେଳେ ପୁରୀ ଜିଲ୍ଲା ବେଳାଭୂମି ସାହିତ୍ୟ ସଂସଦ ର ୬ ଜଣ ପ୍ରତିଭା ସମ୍ମାନିତ ହୋଇ ଥିଲେ । ଅସ୍ତରଙ୍ଗ ଅଞ୍ଚକର ବ୍ୟଙ୍ଗ କବି ଶ୍ରୀ ସମ୍ପଦ କୁମାର ରଥ ଙ୍କ “ନ କହିଲେ ବିଦ୍ୟାରାଣ ” ବ୍ୟଙ୍ଗ କବିତାଟି ସବୁଠାରୁ ଆକର୍ଷଣୀୟ କବିତା ଟି ଥିଲା।