ଆପାର୍ଟମେଣ୍ଟରୁ ଡକାୟତି ବେଳେ ଲୁଟେରାକୁ ଏନକାଉଣ୍ଟର


ଭୁବନେଶ୍ବର: ରାଜଧାନୀରେ ଡକାୟତଙ୍କୁ ଏନକାଉଣ୍ଟର । ଡକାୟତି ଉଦ୍ୟମ ବେଳେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ଏନକାଉଣ୍ଟର କରିଛି ପୋଲିସ । ରାଜଧାନୀ ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏହି ଏନକାଉଣ୍ଟର ହୋଇଛି । ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ୍ ଅନାରେକୁ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି ।

ଅର୍ଜୁନ୍ ଲୁଟ୍ ଉଦ୍ୟମ କରୁଥିବାବେଳେ ପୋଲିସ୍ ଏନକାଉଣ୍ଟରର ଶିକାର ହୋଇଛି । ଅର୍ଜୁନର ବାମ ପଟ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି । ଗତରାତିରେ ବାଲିଅନ୍ତା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଅର୍ଜୁନ ଓ ତାର ଗ୍ୟାଙ୍ଗ ପୋଲିସ ହାବୁଡ଼ରେ ପଡ଼ିଥିଲେ । ଏମାନେ ଲୁଟ୍ ପାଇଁ ଯୋଜନା କରୁଥିଲେ । ପୋଲିସକୁ ଦେଖି ପଳାଇବାକୁ ଚେଷ୍ଟା କରିବା ପରେ ପୋଲିସ ସେମାନଙ୍କୁ ଗୋଡ଼ାଇଥିଲା । ବାଲିଅନ୍ତା କେନାଲ ବନ୍ଧ ପାଖରେ ପୋଲିସ ଉପରକୁ ସେମାନେ ପ୍ରଥମେ ଗୁଳି ଚଳାଇଥିଲେ । ଗୁଳିର ଜବାବ ଗୁଳିରେ ଦେଇଥିଲା ପୋଲିସ । ଅର୍ଜୁନର ଗୋଡ଼ରେ ଗୁଳି ବାଜିଛି । ତେଣୁ ସେ ତଳେ ପଡ଼ିଯିବା ପରେ ପୋଲିସ ତାକୁ କାବୁ କରିଛି । ତାର ୪ ଜଣ ସହଯୋଗୀ ଫେରାର ହୋଇ ଯାଇଛନ୍ତି । ପୋଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।