ସମ୍ବଲପୁର: ସେୟାର ମାର୍କେଟ ନାଁରେ ଠକେଇ । ସମ୍ବଲପୁରରେ ଘଟିଛି ଏମିତି ଠକେଇ । ହଜାରେ କୋଟିରୁ ୧୨ ଶହ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଲକ୍ଷେ ଟଙ୍କାରେ ୫ ପ୍ରତିଶତ ଲାଭ ଦେବାର ଲୋଭ ଦେଖାଇ ଏକ କମ୍ପାନୀ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏମସିଏକ୍ସ ସିଟି ନାମକ ଏକ କମ୍ପାନୀ ଏଭଳି ଠକେଇ କରିଛି । ସମ୍ବଲପୁରର ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ନାଁରେ ଏହି ଠକେଇ ଅଭିଯୋଗ ସାମ୍ନାକୁ ଆସିଛି । ଜିଲ୍ଲାର ୫୦୦ରୁ ଅଧିକ ଲୋକ ଏଭଳି ଠକେଇର ଶୀକାର ହୋଇଛନ୍ତି ।
ଏନେଇ ଏମସିଏକ୍ସ କ୍ରାଇସିସ କମିଟି ନାଁରେ ଏକ ସଂଗଠନ କରି ଧନୁପାଲି ଥାନାକୁ ଶତାଧିକ ଲୋକ ଆସି ଏତଲା ଦେଇଛନ୍ତି । ସେହିପରି ରାଜ୍ୟ ବାହାରେ ରହୁଥିବା ଓଡିଆ ମଧ୍ୟ ଠକେଇର ଶୀକାର ହୋଇଛନ୍ତି । ସିକିମ, ସ୍ବିଜରଲାଣ୍ଡ, ଛତିଶଗଡ, ଇନ୍ଦୋର, ପଶ୍ଚିମବଙ୍ଗରୁ ମଧ୍ୟ ଟଙ୍କା ଲୁଟ୍ କରିଛନ୍ତି ଠକ । ଏଥିରେ କିଛି ସରକାରୀ କର୍ମଚାରୀ ମଧ୍ୟ ଟଙ୍କା ଲଗାଇଥିବା ସୂଚନା ମିଳିଛି । କିଏ ଜମି ବିକି ଟଙ୍କା ଦେଇଛି ତ କିଏ ପେନସନ ଟଙ୍କା ଦେଇଛି । ଏବେ ଗ୍ରାଚ୍ୟୁଇଟି ଟଙ୍କା ଦେବା ପାଇଁ ସମୟ ଆସିବାରୁ ଟଙ୍କା ଦେବାକୁ କମ୍ପାନୀ ମନା କରିଛି, ଯାହାକୁ ନେଇ ଜମାକାରୀ ଥାନାର ଦ୍ବାରସ୍ଥ ହୋଇଛନ୍ତି ।