ଅନୁଗୁଳ: ବନ୍ତଳା ଥାନା କହ୍ନେଇ ନଗରରେ ଗୁଳି ମାଡ । ଘଟଣାରେଶଳା ଭିଣୋଇ ଗୁରୁତର । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ କହ୍ନେଇ ନଗର ଅଞ୍ଚଳର ଶିବରାମ ନାଏକ ଏବଂ ବିଷ୍ଣୁ ଚରଣ ନାଏକ ।
ଏକ ଅଟୋରେ ବିଷ୍ଣୁ ଏବଂ ଶିବରାମ ଘରକୁ ଫେରୁଥିବା ବେଳେ କହ୍ନେଇ ନଗର ବନଦୂର୍ଗା ନିକଟରେ ଦୁଇଟି ବାଇକରେ ପାଞ୍ଚ ଜଣ ଦୁର୍ବୃତ୍ତ ଆସି ଅଟକାଇଥିଲେ । କେହି କିଛି ବୁଝିବା ଆଗରୁ ଅଭିଯୁକ୍ତମାନେ ଗୁଳି ମାରିଥିଲେ । ବିଷ୍ଣୁଙ୍କ ଦୁଇ ଜଙ୍ଘରେ ତିନୋଟି ଏବଂ ପେଟରେ ଗୁଳି ମାଡ ହୋଇଥିବା ବେଳେ ଶିବରାମ ପେଟରେ ଗୋଟେ ଗୁଳି ବାଜିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି ।