ବାହାଘର ଭୋଜି ଖାଇ ୩ ଶହରୁ ଅଧିକ ଅସୁସ୍ଥ


କଟକ: ବିଷାକ୍ତ ହେଲା ବାହାଘର ଭୋଜି । ୩ ଶହରୁ ଅଧିକ ଲୋକ ଅସୁସ୍ଥ । ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ । ଖବର ପାଇବା ପରେ ମେଡିକାଲ ଟିମ୍ ଗାଁରେ ପହଞ୍ଚିଛି ।

ବାହାଘର ଭୋଜି ଖାଇ ୩୦୦ରୁ ଅଧିକ ଗ୍ରାମବାସୀ ଝାଡାବାନ୍ତିରେ ଅସୁସ୍ଥ ହୋଇପଡିଛନ୍ତି । କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶରେ ବାଙ୍କୀ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ସମେତ ଏକ ମେଡିକାଲ ଟିମ ଗାଁରେ ପଂହଁଚି ଚିକିତ୍ସା ଜାରି ରଖିଛନ୍ତି ।

ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ବାଙ୍କୀ ମେଡିକାଲରୁ ଅଧିକ ପରିମାଣର ସାଲାଇନ, ଓଆରଏସ ସହିତ ଆବଶ୍ୟକୀୟ ଔଷଧ ଅଣାଯାଇ ଗାଁରେ ମହଜୁଦ ରଖାଯାଇଛି । ବାଙ୍କୀରୁ ଆସିଥିବା ଏହି ମେଡିକାଲ ଟିମ ରାତି ତମାମ ଚିକିତ୍ସା ଜାରି ରଖିଛି । ସେପଟେ ଖାଦ୍ୟ କିପରି ଅପମିଶ୍ରଣ ହେଲା ସେନେଇ ଆଜି କଟକରୁ ଏକ ସ୍ୱତନ୍ତ ମେଡିକାଲ ଟିମ ଗାଁରେ ପଂହଁଚି ତଦନ୍ତ କରିବ ବୋଲି ବାଙ୍କୀ ଏସଡିଏମଓ ଜଣାଇଛନ୍ତି ।