Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ହେଲେ ବେଣୁଧର ଦାଶ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ବିଜେପି ନେତା ବେଣୁଧର ଦାଶଙ୍କୁ ନୂତନ ବିଜେପି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଦାଶ ବିଜେପିର ସଂଗଠନରେ ବହୁଦିନ ହେଲା ଥିବା ବେଳେ ସେ ଜଣେ ଦକ୍ଷ ସଂଗଠକ। ସେ ଆଗରୁ ବିଜେପିର ବିଭିନ୍ନ ପଦପଦବିରେ ରହିଛନ୍ତି। ଶ୍ରୀ ଦାଶଙ୍କୁ ଜିଲ୍ଲା ବିଜେପି ସଭାପତି ଭାବରେ ନିଯୁକ୍ତି ମିଳିବା ପରେ ତାଙ୍କୁ ଦଳର ବିଭିନ୍ନ ନେତା ଓ କର୍ମକର୍ତ୍ତା ଶୁଭେଛା ଜଣାଇଥିବା ବେଳେ ସେ ମଧ୍ୟ ତୃଣମୂଳ ସ୍ତରରୁ ଉଚ୍ଚ ପଦାଧିକାରୀ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ସହ ଦଳକୁ ମଜଭୁତ କରିବା ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।