Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଏବିଭିପି ର ଭିକ୍ଷୋଭ ସହ ଅଚ୍ୟୁତ ସାମନ୍ତଙ୍କ କୁଶ ପୁତ୍ତଳିକା ଦାହ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରାଯାଇଥିବା ତଥା ମାଡ ମାରିବା ଅଭିଯୋଗ କରି ତା’ର ପ୍ରତିବାଦରେ ସୋନପୁର ଏବିଭିପି ପକ୍ଷରୁ ବିଜୁ ପଟ୍ଟନାୟକ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଏହି ଶିକ୍ଷାନୁଷ୍ଠାନର ମାଲିକ ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କରି ଶିକ୍ଷାନୁଷ୍ଠାନକୁ ସିଲ୍ କରାଯିବା ପାଇଁ ରାଜ୍ୟ ସରକାରଙ୍କଠାରେ ଦୃଢ଼ ଦାବି କରି ଶ୍ରୀ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ବିକ୍ଷୋଭରେ ଏବିଭିପି ଓଡ଼ିଶା ପଶ୍ଚିମର ରାଜ୍ୟ ସ‌ହ ସମ୍ପାଦକ ଶୁଭମ ପ୍ରସାଦ ମିଶ୍ର ନେତୃତ୍ବରେ ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ଜଗଦଲା, ନଗର ସମ୍ପାଦକ ଲିପୁନ ସାହୁ, ସୋନପୁର କଲେଜ ଶାଖା ସଭାପତି ମିଳନ ସେଠୀ, ସମ୍ବାଦ କଅଁର, ସୌମ୍ୟ ନାଇକ, ରୋଶନ ବାଗ, ଶକ୍ତି ବେହେରା, ରାକେଶ କଅଁର, ସୁଧୀର କର୍ମୀ, ରିଙ୍କୁ ନାଇକ, ସମୟ ସାହୁ, ପ୍ରଦୀପ ଦୀପ, ଧୀରେନ ଷାଣ୍ଢ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।