ଚନ୍ଦନପୁରରେ ପହଞ୍ଚିଲା କଂଗ୍ରେସ ସଙ୍କଳ୍ପ ଯାତ୍ରା


ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁରରେ ପହଞ୍ଚିଲା କଂଗ୍ରେସର ସଂକଳ୍ପ ଯାତ୍ରା । ପିସିସି ସଭାପତି ଭକ୍ତ ଦାସ, ଅନ୍ୟ ବରିଷ୍ଠ ନେତା ଓ ହଜାର ହଜାର କର୍ମୀଙ୍କୁ ନେଇ ଜାରି ରହିଛି ସଂକଳ୍ପ ପଦଯାତ୍ରା । ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ସଂକଳ୍ପ ନେବେ ନେତା ଓ କର୍ମୀ ।

ସେପଟେ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି, ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ । ଆଜି ସକାଳେ ଭୁବନେଶ୍ବରରେ ପହଞ୍ଚିବା ପରେ ଯାତ୍ରାରେ ସାମିଲ ହୋଇଛନ୍ତି । ପିପିଲିରୁ ପଦଯାତ୍ରାରେ ସାମିଲ ହେବେ । ଆଜି ସଂକଳ୍ପ ପଦଯାତ୍ରାର ଅନ୍ତିମ ଦିନ । ପୁରୀରେ ପହଂଚିବ ଏହି ପଦଯାତ୍ରା । ସକାଳୁ ପଦଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି କଂଗ୍ରେସ କର୍ମୀ । ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଏହି ପଦଯାତ୍ରା ଜାରି ରହିଛି । ଅପରାହ୍ଣରେ କଂଗ୍ରେସ ନେତାମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।