Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ଭବନ ପ୍ରତିଷ୍ଠା

କଳାହାଣ୍ଡି, ୨୦/୦୨
(ଜଗନ୍ନାଥ ନାଏକ) : ଭବାନୀପାଟଣା ମନ୍ଦାର ବଗିଚାପଡ଼ା (ମଦନମୋହନ ମନ୍ଦିର ପାଖ) ସ୍ଥିତ ନବନିର୍ମିତ ସମାଜ ଗୃହ ପ୍ରବେଶ ମୁଖ୍ୟ ଅତିଥୁ କଳାହାଣ୍ଡି ମହାରାଜ ଶ୍ରୀଯୁକ୍ତ ଅନନ୍ତ ପ୍ରତାପ ଦେଓଙ୍କ ଦ୍ଵାରା କରାଯାଇଥିଲା । ଉକ୍ତ ସଭାଟି ପୂର୍ବମଣ୍ଡଳ କୁଳପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଘଡ଼େଇଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ କୁଳାଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଧ୍ଵଳ ପେସନିଆ, ପୂର୍ବତନ ମଣ୍ଡଳ ଜିଲ୍ଲା କର୍ମକର୍ତ୍ତା ପଦ୍ମନାଭ ରାଜୁ, ଗୌରଚନ୍ଦ୍ର ଘଡ଼େଇ, ଭବାନୀଶଙ୍କର ବାଣୁଆଁ, କୃଷ୍ଣଚନ୍ଦ୍ର ନାଏକ, ଶ୍ରୀବତ୍ସ ନାଏକ, ମୁଖ୍ୟ ସଚିବ ଶ୍ରୀଯୁକ୍ତ ବାସୁଦେବ ପ୍ରଧାନୀ, ସଂଗଠନ ସଂପାଦକ ଧନଞ୍ଜୟ ବିଶି ବାବେଳେ ସହଯୋଗ କରିଥିଲେ ଭବାନୀପାଟଣା ଉପମଣ୍ଡଳ ସନ୍ତୋଷ ଧଙ୍ଗଡ଼ାମାଝୀ, ତରଣୀସେନ ପାତ୍ର, ସହଦେବ ଧଙ୍ଗଡ଼ାମାଝୀ (ଦାଦପୁର), ପ୍ରଶନ୍ନ ଚିନ୍ଦା (ତୁର୍ଲା) ସହ ଭବାନୀପାଟଣା ମନ୍ଦାରବଗିଚା ପଡ଼ା ପଲ୍ଲୀ ଭୁବନ ନାଏକ, ଅଭିନ୍ନ ପ୍ରଧାନୀ, ଦଳସଦର ପଲ୍ଲୀ ରଜନୀକାନ୍ତ ପୁଝାରୀ ତଥା ୨ ଗୋଟି ପଲ୍ଲୀର କର୍ମକର୍ତ୍ତା, ସଭ୍ୟ ସହିତ ମହିଳା ନେତୃମଣ୍ଡଳୀ ସଭ୍ୟ/ ସଭ୍ୟା ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଶେଷରେ ପୂର୍ବମଣ୍ଡଳ ଉପକୁଳପତି ଶ୍ରୀଯୁକ୍ତ କିଶୋରଚନ୍ଦ୍ର ଦୁବେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ