କଳାହାଣ୍ଡି, ୨୦/୦୨
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଇରିଗେସନ କଲୋନି ୧୩ ନଂ ଲେନ ରେ ଥିବା ସ୍କୁଲ ର ବାର୍ଷିକ ଉତ୍ସବ ଲେନ ନଂ ୧ ପଡିଆରେ ମହାଆଡମ୍ବରରେ ପାଳିତ ହୋଇଛି । ଏହି ଉତ୍ସବରେ ଭବାନୀପାଟଣା, (ସଦର) ବିଧାୟକ ଶ୍ରୀଯୁକ୍ତ ସାଗର ଚରଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ବିଶେଷ ଅତିଥି ଭାବରେ ଶ୍ରୀଯୁକ୍ତ ସୁଧୀର ନାଏକ ସେମଫୋର୍ଡ (ଚେୟାରମ୍ୟାନ), ଟିଟିଲାଗଡ ର ଉପସ୍ଥିତ ଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପରିଚାଳନା କୁ ସନ୍ତୁଷ୍ଟ ପ୍ରକାଶ କରିବା ସହ ବିଦ୍ୟାଳୟର ଉନ୍ନତି କାମନା କରି ଭବିଷ୍ୟତରେ ସବୁ ପ୍ରକାରର ସହଯୋଗ କରିବା ପାଇଁ ଶ୍ରୀ ସାଗର ଚରଣ ଦାଶ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମର ମଞ୍ଚିକୁ ପ୍ରତିକ୍ଷ। ବେହେରା। ଏବଂ ସଞ୍ଜନା ବେହେରା ପରିଚାଳନା କରିଥିଲେ । ଚିନ୍ମୟ ପଟେଲଙ୍କ ତତ୍ବାବଧାନରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନନ୍ଦା ମିଶ୍ର, ପୁଣ୍ୟପ୍ରଭା ଦାଶ, ତପସିନି ମହାପାତ୍ର ଏବଂ ଗିତାଞ୍ଜଳୀ ଶବର, ପ୍ରଭାବତୀ ହଂସ ସହଯୋଗ କରିଥିଲେ I ତୁଷାର ପଟେଲ, ଚିନ୍ମୟୀ ପଟେଲ ଏବଂ ସଞ୍ଜିବ ଶବର ସହଯୋଗ କରିଥିଲେ । ବିଦ୍ୟାଳୟରେ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏହି ଖେଳରେ ଅନିଜା ଫାତିମା ଗୋଲକଧନ୍ଦାରେ ପ୍ରଥମ ଏବଂ ମ୍ୟୁଜିକାଲ ଚେୟାର ରେ ତୃତୀୟ, ସଂଜିଙ୍ଗ ଓଟର ରେ ତୃତୀୟ ଓ ପ୍ରଦର୍ଶନୀରେ ଦ୍ଵିତୀୟ ପୁରସ୍କାର ପାଇ ବିଧାୟକ ଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ଏହି ଉତ୍ସବରେ ସମସ୍ତ ଛାତ୍ର ଛାତ୍ରୀ ଏବଂ ତାଙ୍କ ଅଭିଭାବକ ଉପସ୍ଥିତ ରହି ସ୍କୋପ ଚାଲିବା ରେ ଅଂଶ ଗ୍ରହଣ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ବାବା ଅଲ୍ଲିଖାନ ସହଯୋଗ କରିଥିଲେ ।
ସେମରକ୍ ପ୍ରିମରୋଜ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହାଶମାରୋହରେ ପାଳିତ
