ଅରୁଣଙ୍କ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ, ୫-ଟି ଯୋଗୁ ମଲୁ


ଦୁଇ ଦିନ ତଳେ ରାଜ୍ୟର ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ଅରୁଣ କହିଥିଲେ, ୫-ଟି ଖରାପ ଚିନ୍ତାଧାରା ନୁହେଁ। କିନ୍ତୁ ତାହାର କାର୍ଯ୍ୟକାରିତାରେ ଭୁଲ୍ ରହିଗଲା। ଯିଏ କାର୍ଯ୍ୟକାରୀ କଲା, ତାହା ଠିକ୍ ଭାବେ କଲାନି। ଆମେ ଚାଲିଗଲୁ।

‘୫-ଟି ପାଇଁ ଆମେ ମଲୁ।’ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଏହି ସ୍ବୀକାରୋକ୍ତିକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିଜେଡିର ନିର୍ବାଚନୀ ବିପର୍ଯ୍ୟୟର ବଡ଼ କାରଣ ୫-ଟି; ଏହା କାହାରିକୁ ଅଛପା ନାହିଁ। କିନ୍ତୁ ପରାଜୟର ୮ ମାସ ହେଲା କୌଣସି ଆଗଧାଡ଼ିର ନେତା ଏହି ସତ କଥା ପଦେ କହିବାକୁ ଡରୁଥିଲେ। ଅରୁଣ ଏକଥା ଖୋଲାଖୋଲି କହିଦେଲା ପରେ ଦଳର ଆଭ୍ୟନ୍ତରୀଣ ରାଜନୀତି ଜୋର୍ ଧରିଛି।