ଶିକ୍ଷାବିତ୍ ତଥା ସମାଜ ସେବି ଙ୍କ ପରଲୋକ ।


ଅସ୍ତରଙ୍ଗ,, ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ଲଷ୍ମୀଧର ମିଶ୍ର ଙ୍କର ଗତ ୨୨ ତାରିଖ ଶନିବାର ଦିବା ୧୧ ଘଣ୍ଟା ୩୫ ମିନିଟ ସମୟ ରେ ଭୁବନେଶ୍ୱରସ୍ଥ ଏକ ହସ୍ପିଟାଲ ରେ ପରଲୋକ ହୋଇଯାଇଛି । ଶ୍ରୀଯୁକ୍ତ ମିଶ୍ର ଜଣେ ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ସୁହୃଦୟ ବ୍ୟକ୍ତି ଥିଲେ । ଅସ୍ତରଙ୍ଗ ଅଂଚଳ ରେ ଶିକ୍ଷାର ବିକାଶ ସହିତ ନିଜସ୍ୱ ଉଦ୍ୟମ ରେ ଏକ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ ଶ୍ରୀ ମିଶ୍ର । ସେ ଅତ୍ୟନ୍ତ ସ୍ପଷ୍ଟବାଦୀ, ନିର୍ଭୀକ ଓ ସାଲିସ ବିହୀନ ବ୍ୟକ୍ତିତ୍ୱ ଥିଲେ । ସାଧାରଣ ଲୋକଙ୍କ ସହିତ ତାଙ୍କର ନିବିଡ ସମ୍ପର୍କ ଥିଲା । ଅଭାବ ଅନାଟନ ରେ ଥିବା ଅନେକ ଦୁଃଖୀ ରଙ୍କୀ ଙ୍କୁ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ସାହାଯ୍ୟ କରୁଥିଲେ । ଶ୍ରୀ ମିଶ୍ର ଙ୍କ ମର ଶରୀର ଏକ ବିରାଟ ଶୋଭାଯାତ୍ରା ରେ ତାଙ୍କ ପ୍ରତିଷ୍ଠିତ ସ୍କୁଲ ଓ ନିଜସ୍ୱ ଗ୍ରାମ ବାମଦେଇପୁର ରେ ପହଞ୍ଚିଲା ପରେ ଶହ ଶହ ଶୋକାକୁଳ ଜନତା ତାଙ୍କ ଶବାଧାର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶେଷରେ ତାଙ୍କ ମର ଶରୀର ପୁରୀ ସ୍ୱର୍ଗଦ୍ୱାରନିଆ ଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ ହେଇଥିଲା । ଜ୍ୟେଷ୍ଠ ପୁତ୍ର ମନୋରଞ୍ଜନ ମୁଖାଗ୍ନିଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ, ବୋହୁ, ଝିଅ, ଜ୍ୱାଇଁ ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ. । ମିଶ୍ର ଙ୍କ ମୃତ୍ୟୁ ଖବର ପାଇବାପରେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ଓଡ଼ିଶା ପ୍ରଦେଶ କୃଷକ କଂଗ୍ରେସ ର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ପ୍ରଭୁତି ମିଶ୍ର ଙ୍କର ମୃତ୍ୟୁ ରେ ଶୋକ ପ୍ରକାଶ କରି ପରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ଓ କାକଟପୁର ତଥା ଅସ୍ତରଙ୍ଗ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।